www.samajalive.in
Monday, December 8, 2025
27.1 C
Bhubaneswar

ଦୋକାନରୁ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ ଚୋରି ଘଟଣା ; ଏସପିଙ୍କ ଅନୁଧ୍ୟାନ

ପାତ୍ରପୁର : ଜରଡା ଥାନା ପାତ୍ରପୁର ତଳ ବସଷ୍ଟାଣ୍ଡରେ ଥିବା ଶୁଭମ ଷ୍ଟୋରରୁ ସୋମବାର ରାତିରେ ଦୋକାନ କବାଟ ତାଡ଼ି ଦୁଇଶହରୁ ଊର୍ଦ୍ଧ୍ବ ମୋବାଇଲ ଚୋରି ହୋଇଥିଲା। ଚୋରି ସମ୍ପର୍କରେ ଜରଡା ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଆଜି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା ଶ୍ରାବଣ ବିବେକ କେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ଏସ ପି ଶୁଭମ ଷ୍ଟୋରରେ ପହଞ୍ଚି ଦୋକାନ ମାଲିକ ସହିତ ଆଲୋଚନା କରିବା ସହିତ କେଉଁ ରାସ୍ତା ଦେଇ ଚୋର ମାନେ ଜିନିଷ ନେଇଛନ୍ତି ମୋବାଇଲ ଖୋଳ ଚାର୍ଜର ଫିଙ୍ଗିବା ସ୍ଥାନ ବୁଲି ଦେଖିଥିଲେ।
ଗତ ସୋମବାର ରାତ୍ର ଶୁଭମ ଷ୍ଟୋରରୁ ବାଡ଼ି ପଟ ତିନୋଟି କବାଟ ତାଡି ଦୁଇଶହରୁ ଉର୍ଦ୍ଧ ମୋବାଇଲ, ସିସିଟିଭି ହାର୍ଡ ଡିସ ପ୍ରାୟ ତିରିଶି ଲକ୍ଷରୁ ଉର୍ଦ୍ଧ ଟଙ୍କା ଜିନିଷର ଚୋରି ହୋଇଥିଲା। ଘଟଣାର ଯାଞ୍ଚ ପାଇଁ ପୁଲିସ କୁକୁରର ସାହାଯ୍ୟ ନିଆଯାଇଥିଲା। ପାତ୍ରପୁର କୋର୍ଟର ବରିଷ୍ଠ ଓକିଲ ପ୍ରଫୁଲ୍ଲକୁମାର ପ୍ରଧାନ କୋର୍ଟରେ ଖାଲି ପଡିଥିବା ସିଏସ ଆଇ ପଦବୀ ପୁରୁଣ ପାଇଁ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ସମୟରେ ଡିଏସପି ପ୍ରଭାତ କୁମାର ମଲ୍ଲିକ , ଥାନା ଅଧିକାରୀ ସୁନୀଲ ବେହେରା ଉପସ୍ଥିତ ଥିଲେ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories