www.samajalive.in
Sunday, December 14, 2025
19.1 C
Bhubaneswar

ଆଫଗାନିସ୍ତାନ ପାଇଁ ସତର୍କ ଘଣ୍ଟି! ସାରା ଦେଶରେ ଇସ୍‌ଲାମୀୟ ଆଇନ ଲାଗୁ କଲା ତାଲିବାନ

କାବୁଲ: ଆଫଗାନିସ୍ତାନରେ ମାନବାଧିକାର ସ୍ଥିତିକୁ ନେଇ ଚିନ୍ତା ବଢୁଥିବା ବେଳେ ତାଲିବାନ ଏ​‌ବେ ପ୍ରକୃତ ରଙ୍ଗ ଦେଖାଇବା ଆରମ୍ଭ କରିଛି। ତାଲିବାନର ସର୍ବୋଚ୍ଚ ନେତା ମୌଲୱି ହିବତୁଲ୍ଲା ଅଖୁନ୍ଦଜାଦା ଦେଶରେ ସମ୍ପୂର୍ଣ୍ଣ ରୂପେ ଇସଲାମୀୟ ଆଇନ ଲାଗୁ କରିବାକୁ ବିଚାରପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି ଯେ, ସର୍ବୋଚ୍ଚ ନେତା ବିଚାରପତିମାନଙ୍କ ଏକ ଦଳକୁ ଭେଟିବା ପରେ ହିବତୁଲ୍ଲା ଅଖୁନ୍ଦଜାଦା ଏହି ନିର୍ଦ୍ଦେଶ ଦେଇଛନ୍ତି।

ଜବିହୁଲ୍ଲା ମୁଜାହିଦ ସୂଚନା ଦେଇଛନ୍ତି ଯେ, ଚୋର, ଅପହରଣକାରୀ ଏବଂ ଦେଶଦ୍ରୋହୀଙ୍କ ବିରୋଧରେ ଇସଲାମୀୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଚାରପତିମାନଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି। ନେତାଙ୍କ ଏହି ଆଦେଶ ସାରା ଦେଶରେ କାର୍ଯ୍ୟକାରୀ ହେବ ବୋଲି ତାଲିବାନ ମୁଖପାତ୍ର କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ତାଲିବାନ ଅଗଷ୍ଟ ୨୦୨୧ରେ ଆଫଗାନିସ୍ତାନକୁ କବ୍‌ଜା କରି କଠୋର ନୀତି ପ୍ରଣୟନ କରିଥିଲା। ବିଶେଷକରି ମହିଳା ଏବଂ ଝିଅମାନଙ୍କ ଉପରେ କଠୋର ପ୍ରତିବନ୍ଧକ ଲଗାଇଥିଲା।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories