କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ମହିଳା ଡିଗ୍ରୀ ମହିଳା ମହାବିଦ୍ୟାଳୟରେ ବିର୍ସା ମୁଣ୍ଡାଙ୍କ ୧୪୭ତମ ଜନ୍ମଜୟନ୍ତୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି। ଏହି ସଭାରେ ଛାତ୍ରୀମାନଙ୍କ ତରଫରୁ ଏନ. ଜାହ୍ନବୀ ଦୋରା, ଗୀତାଞ୍ଜଳି ଦୀପ, ରୋହିଣୀ ସାହୁ ପ୍ରମୁଖ ବିର୍ସାମୁଣ୍ଡାଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ। ପରେ ରାଜନୀତି ଅଧ୍ୟାପକ ଜିତେନ୍ଦ୍ର ସୁନା ବିର୍ସାଙ୍କ ଜୀବନି, ଇଂରେଜ ବିରୁଦ୍ଧରେ କରାଯାଇଥିବା ଉଲଗୁଲାନ ଆନ୍ଦୋଳନ ଓ ବିର୍ସାଙ୍କ ବିଚାର ଓ ଆଦର୍ଶ ଉପରେ ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତ ଏହି ଅବସରରେ ଛାତ୍ରୀମାନଙ୍କୁ ମହାନ ଜନନାୟକ ବିର୍ସାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବ୍ୟକ୍ତିଗତ ସ୍ୱାର୍ଥରୁ ଉର୍ଦ୍ଧ୍ୱକୁ ଯାଇ ସମାଜ ଓ ରାଷ୍ଟ୍ର ପାଇଁ ନିଜକୁ ଉସର୍ଗ କରି ଦେଶ, ପରିବାର ଓ ଅନୁଷ୍ଠାନ ପାଇଁ ଗୌରବ ଆଣିବା ପାଇଁ ଆହ୍ବାନ ଦେଇଥିଲେ।
Popular Categories



