www.samajalive.in
Sunday, December 7, 2025
14.1 C
Bhubaneswar

ସାବଧାନ.. ବାସି ଖାଦ୍ୟ ଦାନ ସହ ଏହିସବୁ ଜିନିଷ ଦାନ ଦେଲେ ସୃଷ୍ଟି ହୁଏ ସମସ୍ୟା

ଦାନର ବିଶେଷ ମହତ୍ତ୍ୱ ରହିଛି । ଅସହାୟକଙ୍କୁ ଦାନ ଦେବା ଦ୍ୱାରା ଖୁବ ଶୁଭ ଓ ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି । ଦାନ ଦେବା ଦ୍ୱାରା ବ୍ୟକ୍ତିଙ୍କୁ ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ । ଏହି ଦାନ ଦେବାର ପରମ୍ପରା ବହୁ ପୁରାତନ ସମୟରୁ ରହି ଆସିଛି । ହିନ୍ଦୁ ଶାସ୍ତ୍ରରେ ମଧ୍ୟ ଦାନର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ମାତ୍ର ଏପରି କେତେକ ଜିନିଷ ରହିଛି ଯାହାକୁ ଦାନ ଦେବା ଦ୍ୱାରା ଅଶୁଭଫଳ ପ୍ରାପ୍ତ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଳେଖ ରହିଛି । ଜାଣନ୍ତୁ ..
ଝାଡୁ ଏପରି ଏକ ଜିନିଷ,ଯାହାକୁ ଦାନ କରିବା ଦ୍ୱାରା ପରିବାରରେ ଆର୍ଥିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ । ହିନ୍ଦୁ ଧର୍ମରେ ଝାଡୁକୁ ମା’ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ । ଝାଡୁ ଦାନ କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧିତ ହୋଇଥାଆନ୍ତି । ତେଣୁ ଏହାକୁ ଦାନ କରନ୍ତୁ ନାହିଁ ।
କିଛି ନିର୍ଦ୍ଦିଷ୍ଟ ସମୟରେ ତେଲର ଦାନ କରିବା ଶୁଭଙ୍କର । ମାତ୍ର ଯେଉଁ ତେଲ ବ୍ୟବହାର ହୋଇଛି କିମ୍ବା ଖରାପ ହୋଇ ଯାଇଛି , ତାହାକୁ ଆଦୌ ଦାନ ଦିଅନ୍ତୁୁ ନାହିଁ । ଏହାଦ୍ୱାରା ଶନିଦେବ କ୍ରୋଧିତ ହୋଇ ଥାଆନ୍ତି । ଏହାସହ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।
ପ୍ଲାଷ୍ଟିକ, ମାଟି, ଏଲୁମିନିୟମ, ପିତ୍ତଳ, କଂସା ଓ ଧାତୁ ଭଳି ଅନେକ ଧାତୁ ରହିଛି । ତେବେ ଏହିସବୁ ମଧ୍ୟରୁ ପ୍ଲାଷ୍ଟିକ, ଷ୍ଟିଲ୍‍, କାଚ ଓ ଆଲୁମିନିୟମ ଭଳି ବାସନକୁ ଦାନ ଦେବା ଶୁଭଙ୍କର ନୁହେଁ । ଏହାଦ୍ୱାରା କର୍ମକ୍ଷେତ୍ର ଓ ବ୍ୟବସାୟରେ କ୍ଷତି ହୋଇଥାଏ । ଘରେ କଳହ ଲାଗି ରହିଥାଏ ।
ଛୁରୀ, କଇଁଚି, କଣ୍ଟା ଭଳି ଧାରୁଆ ଜିନିଷକୁ ଆଦୌ ଦାନ ଦିଅନ୍ତୁ ନାହିଁ । ଏହା ଦୁର୍ଭାଗ୍ୟର କାରଣ ହୋଇଥାଏ ।
ଅସହାୟଙ୍କୁ ଅନ୍ନ ଦାନ ଦେବା ଶୁଭଙ୍କର । ମାତ୍ର କଦାପି ଖରାପ କିମ୍ବା ବାସି ଖାଦ୍ୟକୁ ଆଦୌ ଦାନ ଦିଅନ୍ତୁ ନାହିଁ । ନିଜେ ଯେଉଁ ଭୋଜନ କରୁଛନ୍ତି, ସେହି ଭୋଜନକୁ ହିଁ ଅନ୍ୟକୁ ଦାନ କରନ୍ତୁ । ବାସି ଭୋଜନ ଦାନ ଦେବା ଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥାଏ ।

 

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories