www.samajalive.in
Sunday, December 7, 2025
15.1 C
Bhubaneswar

ପ୍ରେମ ବିବାହର ଦୁଇ ବର୍ଷ ପରେ ସ୍ୱାମୀର ପ୍ରତାରଣା; ଘର ଆଗରେ ସ୍ତ୍ରୀର ଧାରଣା

ଧାମନଗର: ୬ ବର୍ଷର ପ୍ରେମ ପରେ ବାହା ହେଲା ପ୍ରେମିକ । ୨ବର୍ଷର ବିବାହ ପରେ ଅଧାବାଟରେ ଛାଡ଼ିଦେଲା ସ୍ୱାମୀ ।  ସ୍ତ୍ରୀର ମାନ୍ୟତା ଦାବିରେ ସ୍ବାମୀ ଦୁଆରେ ଧାରଣାରେ ବସିଲେ ସ୍ତ୍ରୀ ସ୍ମୃତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଭାଟପଡା ପଞ୍ଚାୟତ ଅଧିନ ଶଙ୍ଖିଡା ଗାଁରେ । ସେହି ଗାଁର ପଞ୍ଚାନନ ରଥଙ୍କ ପୁଅ ପ୍ରଭାସ ରଥଙ୍କୁ ଧୁଷୁରୀ ଥାନା ଖଡିମାହାରା ଗାଁର ଧନେଶ୍ୱର ଦାସଙ୍କ ଝିଅ ସ୍ମୃତି ଦାସ ବିବାହ କରିଥିଲେ । ଉଭୟଙ୍କ ମଧ୍ୟରେ ୨୦୧୬ ମସିହାରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସ୍ମୃତି ଦଳିତ ବର୍ଗର ଓ ପ୍ରଭାସ ବ୍ରାହ୍ମଣ ଜାତିରେ ହୋଇଥିବା ନେଇ ବିବାଦ ଉପୁଜି ଥିଲା ।

ଗତ ୨୦୧୯ ମସିହାରେ ସ୍ମୃତିକୁ ନେଇ ପ୍ରଭାସ ଭୁବନେଶ୍ବର ଚାଲିଯାଇଥିଲେ । ପରେ ୨୦୨୦ ମସିହା ନଭେମ୍ବର ମାସରେ ଭଦ୍ରକ ଆସି ନୋଟାରୀ ବିବାହ ସହିତ ଲୋକନାଥ ମନ୍ଦିରରେ ଉଭୟ ପରିବାରଙ୍କ ଉପସ୍ଥିତିରେ ବୈଦିକ ରୀତି ଅନୁଯାୟୀ ଉଭୟଙ୍କ ବିବାହ ହୋଇଥିଲା । ବିବାହ ପରେ ସ୍ମୃତିକୁ ନେଇ ହାଇଦ୍ରାବାଦ ପଳେଇ ଯାଇଥିଲେ ପ୍ରଭାସ । ସେଠାରେ ପ୍ରଭାସ କାମଧନ୍ଦା କରି ଉଭୟ ଖୁସିରେ ରହୁଥିଲେ । ୨୦୨୧ ମସିହା ବୈଶାଖ ମାସରେ ଉଭୟ ଖଡିମାହାରା ଆସି କିଛିଦିନ ରହି ପୁନଶ୍ଚ ହାଇଦ୍ରାବାଦ ଫେରି ଯାଇଥିଲେ । ମାତ୍ର କମ୍ପାନୀ ତାଙ୍କୁ ଦିଲ୍ଲୀକୁ ବଦଳି କରିଥିବା ଏବଂ ସେଠାରେ ଭଡା ଘର ଯୋଗାଡ କରିବା ପରେ ସେଠାକୁ ନେଇଯିବ ବୋଲି କହିବା ସହିତ ସେ ପର୍ଯ୍ୟନ୍ତ ଶଙ୍ଖିଡାରେ ରହିବା ଲାଗି ସ୍ମୃତିକୁ କହିଥିଲେ ପ୍ରଭାସ । ସ୍ମୃତି ନିଜ ବାପାଙ୍କ ସହିତ ଗତ ତା ୨୫-୦୪-୨୨ରିଖରେ ଶଙ୍ଖିଡା ଯାଇଥିଲେ ।

- Advertisement -

ମାତ୍ର ସ୍ମୃତିକୁ ପ୍ରଭାସଙ୍କ ପରିବାର ଲୋକେ ଅଜାତି କହି ଘରକୁ ପୁରାଇ ଦେଇ ନଥିଲେ । ୩ ଲକ୍ଷ ଟଙ୍କା ଆଣ ପୁରୀ ମୁକ୍ତିମଣ୍ଡପରେ ଜାତି କରାଇ ଗୋତ୍ରରେ ପୁରାଇ ଦେବୁ କହିଥିଲେ । ଘଟଣା ସମ୍ପର୍କରେ ସ୍ମୃତି ପ୍ରଭାସକୁ ଜଣାଇଥିଲେ । ହେଲେ ପରିବାର ଲୋକଙ୍କ ମତାମତକୁ ସମର୍ଥନ କରିଥିଲେ ପ୍ରଭାସ । ପରବର୍ତ୍ତୀ ସମୟରେ ଆଉ ଫୋନ ଉଠେଇ ନଥିଲେ । ଯାହାକୁ ନେଇ ତିହିଡି ଥାନାରେ ଦ୍ୱାରସ୍ଥ ହୋଇଥିଲା ସ୍ମୃତି । ମାତ୍ର ପୁଲିସ ମାମଲା ବି ରୁଜୁ କରିନଥିଲା । ନିରୁପାୟ ହୋଇ ଅଦାଲତରେ ଆଶ୍ରୟ ନେଇଥିଲା ସ୍ମୃତି ।

ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ତିହିଡି ପୁଲିସ ଗତ ତା ୧୪-୦୭-୨୨ ରିଖରେ ପ୍ରଭାସ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ସଂଗୀନ ଦଫାରେ ଏକ ମାମଲା ରୁଜୁ କରିଛି । ହେଲେ ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଇତିମଧ୍ୟରେ ପ୍ରଭାସ ଅନ୍ୟତ୍ର ବିବାହ କରିବ ଏବଂ ତାଙ୍କ ପରିବାର ସମ୍ପୂର୍ଣ୍ଣ ସହଯୋଗ କରୁଥିବା ସ୍ମୃତି ଜାଣିବାକୁ ପାଇଛି । ଯାହାକୁ ନେଇ ଆଜି ନିଜ ଭାଇ ଓ ବନ୍ଧୁ ବର୍ଗଙ୍କ ସହିତ ସ୍ମୃତି ନିଜ ସ୍ବାମୀଙ୍କ ଦୁଆରେ ଧାରଣାରେ ବସିଛନ୍ତି । ସ୍ତ୍ରୀର ମାନ୍ୟତା ନମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରଖିବେ ସ୍ମୃତି ଚେତାବନୀ ଦେଇଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories