www.samajalive.in
Monday, December 8, 2025
24.1 C
Bhubaneswar

ବଡ଼ ଦେବତାଙ୍କ ପୀଠ

କୋରାପୁଟ ଏକ ସୌନ୍ଦର୍ଯ୍ୟମୟ ସ୍ଥାନ ଅଟେ। ଭ୍ରମଣ ନିମନ୍ତେ ଏଠାରେ ବହୁ ସ୍ଥାନ ରହିଛି। କୋରାପୁଟରେ ଥିବା ବହୁ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ ନନ୍ଦପୁର ବ୍ଲକର ପାଡ଼ୁଆ ଗ୍ରାମ ନିକଟରେ ଥିବା ବଡ଼ ଦେବତାଙ୍କ ପୀଠ ଅନ୍ୟତମ। ପିକନିକ୍‍ ସମୟ ଆସିଲେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଅଞ୍ଚଳରେ ଖୁବ ଭିଡ଼ ପରିଲକ୍ଷିତ ହୋଇଥାଏ। ପାହାଡ଼, ପର୍ବତ, ବିଭିନ୍ନ ପ୍ରକାରର ବୃକ୍ଷ ନିକଟରେ ଥିବା ଜଳଭଣ୍ଡାର ଆଦି ମନଲୋଭା ପରିବେଶ ରହିଛି। ନିକଟରେ ଥିବା ଜଳଭଣ୍ଡାରର ଦୃଶ୍ୟ ସଭିଁଙ୍କୁ ବେଶ ଆକୃଷ୍ଟ କରିଥାଏ। ଏହି ଅଞ୍ଚଳରେ ବଣଭୋଜିର ମଜା ନିଆରା ଅଟେ। ଭୋଜି ପାଇଁ ଏଠାରେ ପନିପରିବା ଶସ୍ତାରେ ମିଳିଥାଏ। ବର୍ଷଯାକ ଏଠାରେ ବହୁ ଭିଡ଼ ପରିଲକ୍ଷିତ ହୋଇଥାଏ। ଏହି ପୀଠରେ ବହୁ ଯାତ୍ରୀଙ୍କ ସମାଗମ ମଧ୍ୟ ହୋଇଥାଏ। କିନ୍ତୁ ଏଠାକାର ସମସ୍ତ ସ୍ଥାନ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଥିବା ହେତୁ ଏଠାରେ ପିକ୍‍ନିକ୍‍ କରିବା ପାଇଁ ବହୁ ଭିଡ଼ ହୋଇଥାଏ। ଏଠାକାର ସୁନ୍ଦରତାକୁ ବହୁ ପର୍ଯ୍ୟଟକ ବେଶ ଆନନ୍ଦରେ ଉପଭୋଗ କରିଥାଆନ୍ତି। ଏହାର ୨ କିଲୋମିଟର ବ୍ୟବଧାନରେ ଜନବସତି ନଥିବାରୁ ଏଠାରେ ପ୍ରାୟ ଅନେକ ସମୟରେ ଠେକୁଆ ଓ ବାର୍‍ହା ଆଦି ଦେଖାଯାଆନ୍ତି।
ଗମନାଗମନ ଦୃଷ୍ଟିରୁ ଏଠାକୁ ବସ୍ କିମ୍ବା ଟ୍ରେନରେ ଯାଇ ସେଠାରୁ ଅନ୍ୟ ଛୋଟ ବଡ଼ ଗାଡ଼ିରେ ଯାଇପାରିବେ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories