ସୋରଡା: ସାମାନ୍ୟ ବଚସାରୁ ଯୁବକଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି। ଏପରି ଘଟଣା ଗଞ୍ଜାମ ଜିଲା ସୋରଡା ବ୍ଲକ ବଡଗଡ ଥାନା ଅନ୍ତର୍ଗତ ଏକଲପୁର ଗ୍ରାମରେ ଘଟିଛି। ମୃତ ଯୁବକଙ୍କ ନାମ ସୀତାରାମ ଦାସ (୩୫)। ବଡଗଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ସେହି ଗ୍ରାମର ଜିତୁ ରାଉତ ନାମକ ଜଣେ ଯୁବକକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଆସିକା ପଠାଇଥିବା ଜଣା ପଡିଛି।
Popular Categories



