ଗୁରୁଡିଝାଟିଆ : କଖଡି ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସ ତଥା ଶିଶୁ ଦିବସ ପାଳିତ ହୋଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ରଣଜିତ୍ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିଶୁ ଦିବସ ଉତ୍ସବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ ପ୍ରତ୍ୟେକ ଶିଶୁ ଦେଶର ସଂପଦ। ଶିଶୁଙ୍କ କୋଳମ ଭାବନାକୁ ପଢି ଠିକଣା ଢଙ୍ଗରେ ସେମାନଙ୍କୁ ଆଗକୁ ନେବା ଶିକ୍ଷକ ସମାଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିବା ସହ ପଣ୍ଡିତ ନେହେରୁଙ୍କ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିଥିଲେ। ପ୍ରାକ୍ତନ ଶିକ୍ଷକ ବିଭୂତି ଭୂଷଣ ଶତପଥୀ,ବନଲତା ଷଡଙ୍ଗୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁ, ସରପଞ୍ଚ କଳ୍ପନା ଛତାର, ମହାନଦୀ ମହାବିଦ୍ୟାଳୟ ଅଧ୍ୟକ୍ଷ ବିକାଶ କୁମାର ଖଟୁଆ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ବରିଷ୍ଠ ଶିକ୍ଷକ ଶିବ ପ୍ରସାଦ ପତି, ସୁକାନ୍ତ କୁମାର ନାୟକ, ହେମନ୍ତ କୁମାର ସାହୁ, ସୁପ୍ରିୟା ପ୍ରିୟଦର୍ଶିନୀ, ସୁଜାତା ସାହୁ , ଇପସିତା ସାହୁ, ପ୍ରଶାନ୍ତ କୁମାର ରାଉତ, ଶ୍ରୀବତ୍ସପାଣି, ରଶ୍ମିତା ରାଉତ ପ୍ରମୁଖ ଉପସ୍ଥିତ ରହି ସକି୍ରୟ ଅଂଶଗ୍ରହଣ କରିଥିଲେ ।
Popular Categories



