www.samajalive.in
Monday, December 15, 2025
16.1 C
Bhubaneswar

ସନ୍ଧି ଜମି ବିବାଦକୁ ନେଇ ତହସିଲଦାରଙ୍କୁ ଲିଖିତ ଅଭିଯୋଗ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର ଭାଲୁମାସ୍କା ଗାଁର ଲୋକେ ସନ୍ଧି ଜମି ବିବାଦକୁ ନେଇ ତହସିଲଦାର ସୁଧାକର ରଇତଙ୍କୁ ଲିଖିତ ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ପତ୍ରରେ ଭାଲୁମାସ୍କା ମୌଜାରେ ଥିବା ୧୫ଏକର ସରକାରୀ ଜଙ୍ଗଲ ଜମିକୁ ପୂର୍ବ ପୁରୁଷ ଠାରୁ ଜଙ୍ଗଲ ସଫା କରି ସେଥିରେ ଚାଷ କରି ପରିବାର ଭରଣପୋଷଣ କରି ଆସୁଥିଲୁ । ଏହି ଗ୍ରାମର ଲୋକମାନେ ସମସ୍ତେ ଭୂମି ହୀନ ଗରିବ ଆଦିବାସୀ  ଅଟନ୍ତି । ଏହି ସରକାରୀ ଜମିରେ ଚାଷ କରି ଚଳୁଥିବା ଦେଖି ଶିକରପାଇ ରାଜସ୍ୱ ଅଧିକାରି ନିକଟସ୍ଥ ବର୍ତ୍ତି ପେଣ୍ଡପ୍ରସ୍କା ଗ୍ରାମର ମୁଗୁରି ପ୍ରାସ୍କା,ଜେଟୁ ପ୍ରାସ୍କା,ମୁଗୁରି ପିଡିସିକା, କାଣିକା ଲସିନ୍ତ ଙ୍କୁ ନେଇ ଚଳିତ ମାସ୧୧ତାରିଖ ଦିନ ଚେନ ପକାଇ ମାପି ଦେଇଥିଲେ ,ତାହା କେଉଁ ନିୟମରେ ଚାଷ ହେଉଥିବା ଜମିକୁ ଅନ୍ୟ ଗ୍ରାମର ଲୋକଙ୍କୁ ଡକାଇ ଜମି ମାପି ଯୋଗାଇ ଦେଉଥିଲେ । ଏହାକୁ ନେଇ ତୁରନ୍ତ ସମାଧାନ କରିବା ପାଇଁ ଲିଖିତ ଦେଇଥିଲେ । ନଚେତ ଭାଲୁମାସ୍କା ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ପଛାଇବୁ ନାହିଁ ବୋଲି  ପ୍ରାକ୍କା ଦାସିରି,ରାଜୁ ପ୍ରାକ୍କା, କାଡ୍ରାକା ସଦନ,ହିକକା ଅଞ୍ଚ, ରାମାରାଓ ପ୍ରାସ୍କା, ହିକକା ଜାଣ୍ଡୁ, କୃଷିକା ସନିଆ ପ୍ରମୁଖ ଲିଖିତ ଦେଇଛନ୍ତି  । ଏହାକୁ ନେଇ ସ୍ଥାନୀୟ ଥାନାରେ ଲିଖିତ ଦେଇଥିବାରୁ ତାହାକୁ ପୁଲିସ ମନା କରିଥିବା ଭାଲୁମାସ୍କା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories