www.samajalive.in
Saturday, December 6, 2025
16.1 C
Bhubaneswar

ହରିୟାଣାର ପୂର୍ବତନ ରାଜ୍ୟପାଳ ଧନିକ ଲାଲ ମଣ୍ଡଳଙ୍କ ପରଲୋକ: ଶୋକପ୍ରକାଶ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ହରିୟାଣାର ପୂର୍ବତନ ରାଜ୍ୟପାଳ ତଥା ବିହାର ବିଧାନସଭାର ପୂର୍ବତନ ବାଚସ୍ପତି ଧନିକ ଲାଲ ମଣ୍ଡଳ(୯୦)ଙ୍କ ପରଲୋକ ଘଟିଛି। ଅନେକ ନେତା, ମନ୍ତ୍ରୀ ମଣ୍ଡଳଙ୍କ ବିୟୋଗକୁ ଅପୂରଣୀୟ କ୍ଷତି ବୋଲି କହିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ଏବଂ ମୁଖ୍ୟମନ୍ତ୍ରୀ ମନୋହର ଲାଲ ମଣ୍ଡଳଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଦତ୍ତାତ୍ରେୟ ଟ୍ବିଟ୍‌ କରିଛନ୍ତି, ‘‘ହରିୟାଣାର ପୂର୍ବତନ ରାଜ୍ୟପାଳ ଧନିକ ଲାଲ ମଣ୍ଡଳଙ୍କ ଦେହାନ୍ତରେ ଗଭୀର ଦୁଃଖିତ। ଶୋକସନ୍ତପ୍ତ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କୁ ମୋର ହୃଦୟରୁ ସମବେଦନା। ଭଗବାନ ଦିବଂଗତ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ। ଓମ୍‌ ଶାନ୍ତି’’।

- Advertisement -

ସେହିପରି ମୁଖ୍ୟମନ୍ତ୍ରୀ ମନୋହର ଲାଲ କହିଛନ୍ତି, ‘‘ହରିୟାଣାର ପୂର୍ବତନ ରାଜ୍ୟପାଳ ଧନିକ ଲାଲ ମଣ୍ଡଳଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ। ଜଣେ ଦକ୍ଷ ରାଜନେତା, ପ୍ରଶାସକ ଏବଂ ଜଣେ ସାମାଜିକ କର୍ମୀ ଭାବେ ମଣ୍ଡଳ ସର୍ବଦା ସ୍ମରଣୀୟ ରହିବେ’’। ମଣ୍ଡଳ ୧୯୯୦ରୁ ୧୯୯୫ ମଧ୍ୟରେ ହରିୟାଣାର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ’’।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଏକ ଟ୍ବିଟ୍‌ ମାଧ୍ୟମରେ ସମାଜବାଦୀ ନେତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ସେ ମଣ୍ଡଳଙ୍କ ଦେହାନ୍ତକୁ ସମାଜ ତଥା ଭାରତୀୟ ରାଜନୀତି ପାଇଁ ଅପୂରଣୀୟ କ୍ଷତି ଏବଂ ତାଙ୍କ ପାଇଁ ବ୍ୟକ୍ତିଗତ କ୍ଷତି ବୋଲି କହିଛନ୍ତି। ନୀତୀଶ କୁମାର କହିଛନ୍ତି ଯେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମଣ୍ଡଳଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।

୧୯୩୨ ମସିହା ମାର୍ଚ୍ଚ ୩୦ ତାରିଖରେ ବିହାରର ମଧୁବନୀ ସ୍ଥିତ ବେହ୍ଲାଠାରେ ଜନ୍ମଗ୍ରହଣ କରିଥିବା ମଣ୍ଡଳ ୧୯୬୭, ୧୯୬୯ ଏବଂ ୧୯୭୨ ମସିହାରେ ତିନିଥର ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୧୯୬୭ରେ ବିହାର ବିଧାନସଭାର ବାଚସ୍ପତି ଥିଲେ। ୧୯୭୭ ମସିହାରେ ମଣ୍ଡଳ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଜାନୁୟାରୀ ୧୯୮୦ ପର୍ଯ୍ୟନ୍ତ ଗୃହ ରାଷ୍ଟ୍ର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ୧୯୮୦ରେ ସେ ଦ୍ୱିତୀୟ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

 

 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories