www.samajalive.in
Sunday, December 14, 2025
19.1 C
Bhubaneswar

‘ତେଲେଙ୍ଗାନାବାସୀଙ୍କ ପ୍ରତି ବିଶ୍ବାସଘାତ କରିଛି ଶାସକ ଦଳ’

ହାଇଦରାବାଦ୍‌ : ତେଲେଙ୍ଗାନାର ଶାସକ ଦଳ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତି ବିଶ୍ବାସଘାତ କରିଥିବା ଅଭିଯୋଗ ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ତଥା ତାଙ୍କ ନେତୃତ୍ବାଧୀନ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ୍)ର ନାମ ନ ଧରି ମୋଦୀ ଏହା କହିଥିଲେ।

ଦକ୍ଷିଣ ଭାରତର ୪ଟି ରାଜ୍ୟକୁ ୨ ଦିନିଆ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ତେଲେଙ୍ଗାନାରେ‌ ପହଞ୍ଚିଥିଲେ। ହାଇଦରାବାଦ୍‌ ବିମାନବନ୍ଦରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିବାକୁ ଯାଇନଥିଲେ। ବେଗୁମପେଟ୍‌ରେ ଆୟୋ‌େ‌ଜିତ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ମୋଦୀ କହିଥିଲେ ତେଲେଙ୍ଗାନାର ବିକାଶ ପାଇଁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ଦଳ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତି ବିଶ୍ବାସଘାତ କରିଛନ୍ତି। ବିକାଶ ତ ଦୂରର କଥା ସେମାନେ ରାଜ୍ୟକୁ ପଛକୁ ଠେଲି ଦେଇଥିବା ମୋଦୀ ଅଭିଯୋଗ କରିଛନ୍ତି। ତେଲେଙ୍ଗାନା ଲୋକଙ୍କ ନିକଟରେ ଥିବା ଦକ୍ଷତା ପ୍ରତି ଶାସନ ଦଳର ନେତା ସର୍ବଦା ଅନ୍ୟାୟ କରିଥିବା ସେ ମତ ଦେଇଥିଲେ। ତେଲେଙ୍ଗାନାବାସୀ ଯେଉଁ ଦଳକୁ ସବୁଠାରୁ ଅଧିକ ବିଶ୍ବାସ କରି କ୍ଷମତାସୀନ କରାଇଥିଲେ ସେହି ଦଳ ସେମାନଙ୍କ ପ୍ରତି ବିଶ୍ବାସଘାତ କରିଥିବାରୁ ଆଗାମୀ ଦିନରେ ବିଜେପି ତେଲେଙ୍ଗାନାରେ କ୍ଷମତା ଦଖଲ କରିବ ବୋଲି ମୋଦୀ ଆଶାବ୍ୟକ୍ତ କରିଥିଲେ।

- Advertisement -

୨୦୨୩ରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଥିରେ ବିଜେପି  ବିପୁଳ ବିଜୟ ହାସଲ କରି ସରକାର ଗଢ଼ିବ ବୋଲି ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ମୋଦୀ ରାମାଗୁଣ୍ଡାମରେ ଏକ ସାର କାରଖାନାକୁ ଲୋକାର୍ପିତ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ମୋଦୀ କହିଥିଲେ ଗତ ଉପନିର୍ବାଚନ ଫଳାଫଳ ଦୃଷ୍ଟିରୁ ଆଗାମୀ ଦିନରେ ତେଲେଙ୍ଗାନାରେ ବିଜେପି ସରକାର କରିବ ତାହା ସ୍ପଷ୍ଟ। ତେଲେଙ୍ଗାନାର ସର୍ବାଙ୍ଗୀଣ ଉନ୍ନତି ପାଇଁ ଏଠାକାର ଭୋଟର ବିଜେପିକୁ ଆଗାମୀ ନିର୍ବାଚନରେ ନିଶ୍ଚିତ ଭାବେ କ୍ଷମତାସୀନ କରାଇବେ। ମୁନୁଗୋଡ୍‌ ଉପନିର୍ବାଚନରେ ବିଜେପି ଯେପରି ଭାବେ ଶାସକ ଦଳ ସହ ପ୍ରତିଦ୍ବନ୍ଦ୍ବିତା କରିଲା ତାହା ବାସ୍ତବିକ ପ୍ରଶଂସନୀୟ ହେବ ବୋଲି ମୋଦୀ କହିଥିଲେ।

ସ୍ଥାନୀୟ ମୁଖ୍ୟମନ୍ତ୍ରୀ ତାଙ୍କୁ ବାରମ୍ବାର ସମାଲୋଚନା କରୁଥିବା ବେଳେ ଏଥିପ୍ରତି ସେ ଖାତିର କରନ୍ତି ନାହିଁ ବୋଲି ମୋଦୀ କହିଛନ୍ତି। ଗତ ୨୦ ବର୍ଷ ହେବ ଅନେକ ଲୋକ ତାଙ୍କୁ ନାନାପ୍ରକାରରେ ସମାଲୋଚନା କରି ଆସୁଥିବା ବେଳେ ସେଗୁଡ଼ିକୁ ଯଦି ଗୁରୁତ୍ବ ଦେଇଥାନ୍ତେ ତେବେ ଆଜି ଏ ସ୍ଥାନରେ ପହଞ୍ଚି ପାରିନଥାନ୍ତେ ବୋଲି କହିଥିଲେ। ଶାସକ ଦଳକୁ ବାର୍ତ୍ତା ଦେଇ ମୋଦୀ କହିଥି​‌େ​ଲ ଯଦି ତେଲେଙ୍ଗାନାବାସୀଙ୍କ ସ୍ବପ୍ନକୁ କେହି ଧୂଳିସାତ୍‌ କରିବାକୁ ଚେଷ୍ଟା କରନ୍ତି ତେବେ ସେମାନଙ୍କୁ ତାହାର ଉପଯୁକ୍ତ ପରିଣାମ ଭୋଗିବାକୁ ହେବ। ତାଙ୍କୁ ଟିଆରଏସ୍‌ ନେତା ଓ କର୍ମୀ ସମାଲୋଚନା କରି ଆସୁଥିଲେ ମଧ୍ୟ ଏହାକୁ ନେଇ ହତୋତ୍ସାହିତ ନ ହେବାକୁ ବିଜେପି କର୍ମୀଙ୍କୁ ପରାମର୍ଶ ଦେଇଥିଲେ ମୋଦୀ। ତାଙ୍କୁ ସମାଲୋଚନା କରାଯିବାରେ କୌଣସି ଅସୁବିଧା ନାହିଁ ତେବେ ଯଦି ଗରିବ, ନିଷ୍ପେଷିତ ବ୍ୟକ୍ତିଙ୍କ ଅଧିକାର କ୍ଷୁଣ୍ଣ ହୁଏ ତେବେ ଏହାକୁ ସହ୍ୟ କରାଯିବ ନାହିଁ ବୋଲି ମୋଦୀ ଚେତାବନୀ ଦେଇଛନ୍ତି।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories