www.samajalive.in
Sunday, December 14, 2025
23.1 C
Bhubaneswar

ମୁନୁଗୋଡ୍‌ ଉପନିର୍ବାଚନରେ ୬୦୦ କୋଟି ଖର୍ଚ୍ଚ ଅଭିଯୋଗ

ହାଇଦରାବାଦ୍‌ : ମୁନୁଗୋଡ୍‌ ଉପନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ତରଫରୁ ୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିବା ଅଭିଯୋଗ ଆଣିଛି ଦି ଫୋରମ୍‌ ଫର୍‌ ଗୁଡ଼ ଗଭର୍ଣ୍ଣସ ନାମକ ଏକ ଅନୁଷ୍ଠାନ। ଏହାର ଉପଯୁକ୍ତ ତଦନ୍ତ ପାଇ ଏହି ଅନୁଷ୍ଠାନ ତରଫରୁ ଭାରତୀୟ ନିର୍ବାଚନ କମିଶନଙ୍କ ନିକଟକୁ ଏକ ପତ୍ର ଲେଖାଯାଇଛି। ପତ୍ରରେ ଦର୍ଶାଯାଇଛି ଗତ ୩ରେ ମୁନୁଗୋଡ୍‌ ଆସନ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ବ୍ୟାପକ ବ୍ୟୟ କରିଥିଲେ। ୭୫% ଭୋଟରଙ୍କୁ ୯ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବାରୁ ଏ ବାବଦରେ ୧୫୨ କୋଟି ଖର୍ଚ୍ଚ ହୋଇଛି। ସେହପିର ମଦରେ ବିଭିନ୍ନ ରାଜନୈତିକ ଦଳମାନେ ୩୦୦ କୋଟି ଖର୍ଚ୍ଚ କରିଛନ୍ତି। ଶୋଭାଯାତ୍ରା ବାବଦରେ ୧୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ଏହି ଅନୁଷ୍ଠାନାର ସମ୍ପାଦକ ଏମ୍‌.ପଦ୍ମନାଭ ରେଡ୍‌ଡି କହିଛନ୍ତି ମୁନୁଗୋଡ୍‌ ଉପନିର୍ବାଚନ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ଘୋଷଣା କରିବା ସହ ବାକି ପଡ଼ିଥିବା କାମଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିଥିଲେ। ବିଭିନ୍ନ ରାଜନୈତିକ ଦଳ ତରଫରୁ ଶୋଭଯାତ୍ରା ଓ ବୈଠକମାନ​‌ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଯୋଗ ଦେବାକୁ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୩୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବା ସହ ବିରିୟାନୀ ଓ ମଦ ମିଳିଥିଲା। ଏହାବାଦ୍‌ ବିଭିନ୍ନ ସ୍ଥାନରେ ଜାତିଭିତ୍ତିକ ବୈଠକମାନ ଅନୁଷ୍ଠିତ ହୋଇଥିଲା। ସେହି ବୈଠକରେ ଲୋକଙ୍କୁ ନାନା ପ୍ରକାର ଖାଦ୍ୟପେୟରେ ଆପ୍ୟାୟିତ କରାଯାଇଥିଲା। ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ସ୍ଥାନୀୟ ସରପଞ୍ଚ ଓ ଅନ୍ୟ ଜନପ୍ରତିନିଧିଙ୍କୁ ବିପୁଳ ଅର୍ଥ ଦେଇ ନିଜ ପଟକୁ ଆଣିଥିଲେ।
ଏସବୁ ଅବ୍ୟବସ୍ଥା ସଂପର୍କରେ ଅନୁଷ୍ଠାନ ତରଫରୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ପଦ୍ମନାଭ କହିଛନ୍ତି। ବିଭିନ୍ନ ସ୍ଥାନରେ ଲୋକମାନେ ଖୋଲାଖୋଲି ଭାବେ ବିଭିନ୍ନ ରାଜନୈତିକ ଦଳମାନଙ୍କୁ ଅର୍ଥ ମାଗୁଥିବାର ଭିଡିଓ ରହିଛି ଏବଂ ସେମାନଙ୍କୁ ରାଜନୈତିକ ଦଳମାନେ ସେମାନଙ୍କୁ ଅର୍ଥ ଦେଉଥିବାର ପ୍ରମାଣ ରହିଥିବା ପଦ୍ମନାଭ ସୂଚନା ଦେଇଛନ୍ତି। କେତେକ ଗାଁରେ ଭୋଟର୍‌ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ହାତରେ ପୋଷ୍ଟର ଧରି ରାସ୍ତାରେ ବସି ରହିଥିଲେ। ସେହି ପୋଷ୍ଟରେ ଟଙ୍କା ନାହିଁ ତ ଭୋଟ୍‌ ନାହିଁ ଲେଖାଥିବା ଦେଖିବାକୁ ମିଳିଥିଲା। ସେମାନଙ୍କୁ ଟଙ୍କା ମିଳିବା ପରେ ଅପରାହ୍ଣ ୩ଟାରୁ ଭୋଟ୍‌ ଗ୍ରହଣ ହୋଇଥିଲା ଏବଂ ତାହା ରାତି ୧୧ ପର୍ଯ୍ୟନ୍ତ ଚାଲିଥଲା ବୋଲି ପଦ୍ମନାଭ ଅଭିଯୋଗ ଆଣିଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories