nua o banner

ମେ ୧୨ରେ କର୍ଣ୍ଣାଟକ ନିର୍ବାଚନ

BSKY banner  750×100
0

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ପାଇଁ ଆସନ୍ତା ମେ ୧୨ରେ ୨୨୪ ସଦସ୍ୟଙ୍କ ପାଇଁ ଭୋଟ୍‌ ପ୍ରକ୍ରିୟା ହେବ। ମେ ୧୫ରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ମେ ୨୮ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ ବୋଲି ଆଜି ମୁଖ୍ୟ ନିର୍ବାଚନ କମିସନ ଓମ ପ୍ରକାଶ ରାଓ୍ଵତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ରାଜ୍ୟର ୪ କୋଟି ୯୬ ଲକ୍ଷ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ଏଥିପାଇଁ ୫୬ ହଜାର ୬୯୬ ପୁଲିଂ ବୁଥ ଖୋଲାଯିବ। ଏଠାରେ ଇଭିଏମ ସହିତ ଭିଭିପାଟ୍‌ ମଧ୍ୟ ବ୍ୟବହୃତ ହେବ। ପ୍ରାର୍ଥୀମାନେ ଜଣ ପିଛା ସର୍ବାଧିକ ୨୮ଲକ୍ଷ ଟଙ୍କା ଖର୍ଚ୍ଚ କରି ପାରିବେ ଓ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ଉପରେ ନିର୍ବାଚନ କମିସନ କଡ଼ା ନଜର ରଖିବେ। ନିର୍ବାଚନ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ମଧ୍ୟ ନିୟୋଜିତ କରାଯିବ।

ଶ୍ରୀ ରାଓ୍ଵତ କହିଛନ୍ତି ଯେ ଆଜି ଠାରୁ କର୍ଣ୍ଣାଟକରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ନିର୍ବାଚନ ନେଇ ଏପ୍ରିଲ ୧୭ରେ ବିଜ୍ଞପ୍ତି ପ୍ରକାଶ ପାଇବ।୨୪ ଏପ୍ରିଲ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ଏପ୍ରିଲ ୨୫ରେ ଯାଞ୍ଚ ଓ ଏପ୍ରିଲ ୨୭ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଭାବେ ଘୋଷଣା କରାଯାଇଛି।

Leave A Reply