www.samajalive.in
Saturday, December 13, 2025
18.1 C
Bhubaneswar

ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ

ଭୁବନେଶ୍ୱର/ ମୁମ୍ବାଇ: ମୁମ୍ବାଇ, ଦିଲ୍ଲୀ, କୋଲକାତା, ଚେନ୍ନାଇ, ବାରାଣାସୀ ଏବଂ ନାଥଦ୍ୱାରାରେ ଜିଓ ଟ୍ରୁ-୫ଜି ସେବାର ସଫଳ ବିଟା ପରୀକ୍ଷଣ ଶୁଭାରମ୍ଭ ପରେ ରିଲାଏନ୍ସ ଜିଓ ପକ୍ଷରୁ ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି । ଏହି ଦୁଇ ସହର ଭାରତର ସାଇବର ଓ ଡିଜିଟାଲ୍ ହବ ଭାବରେ ପରିଗଣିତ ହେଉଥିବାରୁ ଜିଓ ଟ୍ରୁ-୫ଜିର ପ୍ରକୃତ ପରୀକ୍ଷା ଏହି ସହରରେ ହେବ ।

 

- Advertisement -

ଜିଓର ଟ୍ରୁ-୫ଜି ସେବା ପୂର୍ବରୁ ଛଅଟି ସହରରେ ଲକ୍ଷ ଲକ୍ଷ ଗ୍ରାହକଙ୍କ ଦ୍ୱାରା ବ୍ୟବହାର କରାଯାଉଛି ଏବଂ ସେମାନଙ୍କଠାରୁ ମିଳୁଥିବା ପ୍ରତିକ୍ରିୟା ବେଶ ସକାରାତ୍ମକ ରହିଛି । ଗ୍ରାହକମାନଙ୍କ ପ୍ରତିକ୍ରିୟା ଆଧାରରେ କଂପାନି ଏହାର ନେଟ୍‌ୱର୍କକୁ ନିୟମିତ ଭାବେ ମଜଭୁତ କରିବା କାର୍ଯ୍ୟ ଜାରି ରଖିଛି । ଜିଓ ନିଜର ଟ୍ରୁ-୫ଜି ସେବାକୁ ପର୍ଯ୍ୟାୟକ୍ରମେ ଶୁଭାରମ୍ଭ କରୁଛି, ଯଦ୍ୱାରା ଗ୍ରାହକମାନଙ୍କୁ ସର୍ବୋତ୍କୃଷ୍ଟ ଅନୁଭବ ମିଳିପାରିବ ।

 

ଜିଓ ପକ୍ଷରୁ କୁହାଯାଇଛି ଯେ ଗ୍ରାହକମାନେ ନିଜ ସ୍ମାର୍ଟଫୋନ୍‌ରେ ୫୦୦ ଏମ୍‌ବିପିଏସ୍‌ରୁ ୧ ଜିବିପିଏସ୍ ଭଳି ସ୍ପିଡ୍‌ରେ ଡାଟା ହାସଲ କରୁଛନ୍ତି ଏବଂ ଗ୍ରାହକମାନେ ବିପୁଳ ପରିମାଣର ଡାଟା ବ୍ୟବହାର କରୁଛନ୍ତି ।

 

କଂପାନି ମତରେ ଏହା ହେଉଛି ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କ । ତାହାର ଭଲ ଦିଗଗୁଡ଼ିକ ହେଉଛି ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ଆର୍କିଟେକ୍‌ଚର ନେଟ୍‌ୱର୍କ ଯାହାର ୪ଜି ନେଟ୍‌ୱର୍କ ଉପରେ ନିର୍ଭରଶୀଳତା ଶୂନ ଅଟେ । ଅର୍ଥାତ ଏହାକୁ ୪ଜି ନେଟ୍‌ୱର୍କ ଉପରେ ଆଦୌଁ ନିର୍ଭରଶୀଳ ରହିବାକୁ ପଡ଼ିବନି । କଂପାନି ପାଖରେ ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ୫ଜି ସ୍ପେକ୍ଟ୍ରମ୍‌ର ସର୍ବବୃହତ ଏବଂ ଉତମ ମିଶ୍ରଣ ରହିଛି । କ୍ୟାରିୟର ଏଗ୍ରିଗେସନ କୌଶଳକୁ ବ୍ୟବହାର କରି ଜିଓ ଏହି ୫ଜି ଫ୍ରିକ୍ୟୁଏନ୍ସିଗୁଡ଼ିକର ଏକ ମଜଭୁତ “ଡାଟା ହାଇୱେ’ ପ୍ରସ୍ତୁତ କରୁଛି ।

 

ନଭେମ୍ବର ୧୦ ତାରିଖରୁ ବେଙ୍ଗାଲରୁରୁ ଏବଂ ହାଇଦ୍ରାବାଦରେ ଜିଓ ବ୍ୟବହାରକାରୀମାନଙ୍କୁ ଜିଓ ୱେଲକମ୍ ଅଫର ଅଧୀନରେ ଆମନ୍ତ୍ରଣ କରାଯିବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ଅଫରରେ ଗ୍ରାହକମାନେ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ଏବଂ ଅସୀମିତ ୫ଜି ଡାଟା ପାଇପାରିବେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories