www.samajalive.in
Saturday, December 13, 2025
27.1 C
Bhubaneswar

ଖଡି ପଥର ଚୋରା ଚାଲାଣ ଅଭିଯୋଗ, ଟ୍ରାକ୍ଟର ଜବଦ କଲେ ବନପାଳ

ଝୁମ୍ପୁରା: ଚମ୍ପୁଆ ରେଞ୍ଜ ବାଲିବନ୍ଧ ବନପାଳ ଅନ୍ତର୍ଗତ ଚମକପୁର ଜଙ୍ଗଲ ଭିତରେ ରହିଥିବା ଖଡି ପଥର ହୁଡିରୁ ବେଆଇନ ଭାବରେ ଖଡି ପଥର ଚୋରା ଚାଲଣ କରୁଥିବା ଟ୍ରାକ୍ଟରକୁ ବାଲିବନ୍ଧ ବନପାଳ ଜବଦ କରିଥିବା ଜଣାଯାଇଛି। ବାଲିବନ୍ଧ ବନପାଳ ବୁଲୁ ନାହାକଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାଯାଏ ଯେ ବାଲିବନ୍ଧ ବନପାଳ ଅଧିନରେ ଚମକପୁର ଠାରେ ଖଡିପଥର ହୁଡି ରହିଛି ଉକ୍ତ ହୁଡିରୁ ପଥର ମାଫିଆ ମାନେ ବେଆଇନ ଭାବରେ ଖଡି ପଥର ବାହାରକୁ ଚୋରା ଚାଲାଣ କରିବା ପାଇଁ ଉଦ୍ୟମ କରୁଥିଲେ। ବାଲିବନ୍ଧ ବନପାଳ ବିଶେଷ ସୂତ୍ରରୁ ଖବର ପାଇବା ସହିତ ଚମ୍ପୁଆ ରେଞ୍ଜ ଅଧିକାରୀ ସଜିବ କୁମାରଙ୍କୁ ଅବଗତ କରିଥିଲେ। ଚମ୍ପୁଆ ରେଞ୍ଜ ଅଧିକାରୀ ସଜିବ କୁମାର, ବାଲିବନ୍ଧ ବନପାଳ ବୁଲୁ ନାହକ, ମୁଖ୍ୟ ବନରଖି ଶ୍ରୀଧର ନାଏକଙ୍କ ସମେତ ମୋବାଇଲ ଦଳ ସଙ୍ଗେ ସଙ୍ଗେ ଖଡି ପଥର ଚୋରା ଚାଲାଣ କରୁଥିବା ସ୍ଥାନରେ ଚଢାଉ କରିଥିଲେ। ବନପାଳର ଗାଡିକୁ ଦେଖି ଖଡିପଥର ଚୋରା ଚାଲାଣ କରୁଥିବା ବ୍ୟକ୍ତି ମାନେ ଟ୍ରାକ୍ଟରକୁ ଛାଡି ଦୌଡି ପଳାଇବାକୁ ସକ୍ଷମ ହୋଇଥିଲେ।

ବାଲିବନ୍ଧ ବନପାଳ ଖଡି ପଥର ଚୋରା ଚାଲାଣ କରୁଥିବା ଗାଡିକୁ ଜବଦ କରିବାକୁ ସକ୍ଷମ ହୋଇଛି। ଏହି ପଥର ଖଣିରୁ ଅନେକ ଥର ଖଡି ପଥର ନେବାକୁ ପଥର ମାଫିଆ ମାନେ ଚେଷ୍ଠା କରୁଛନ୍ତି କିନ୍ତୁ ବାଳିବନ୍ଧ ବନପାଳର ସ୍ୱତନ୍ତ ନଜର ଉକ୍ତ ସ୍ଥାନରେ ରହିଥିବାରୁ ଖଡିପଥର ଚୋରା ଚାଲାଣ କାରୀ ମାନେ ସକ୍ଷମ ହୋଇପାରୁ ନାହାନ୍ତି। ଖଡି ପଥର ଚୋରା ଚାଲାଣ କାମରେ ବ୍ୟବହାର ହୋଇଥିବା ଓଡି ୦୯ ଡବ୍ଲ୍ୟୁ ୫୯୪୫ଟ୍ରାକ୍ଟର ଗାଡିକୁ ବାଲିବନ୍ଧ ବନପାଳ କାର୍ଯ୍ୟାଳୟରେ ରଖାଯାଇଥିବା ସମ୍ପର୍କରେ ବାଲିବନ୍ଧ ବନପାଳ ଶ୍ରୀ ନାହକ ସୂଚନା ପ୍ରଦାନ କରିଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories