www.samajalive.in
Saturday, December 13, 2025
27.1 C
Bhubaneswar

ସପ୍ତେଶ୍ୱର ମହାଦେବ ମନ୍ଦିରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ବଡନେଉଳି ପଞ୍ଚାୟତ ସାବକ ଧନୁର୍ଜୟପୁର ନିକଟରେ ରହିଥିବା ସପ୍ତେଶ୍ୱର ମହାଦେବ ମନ୍ଦିର ପରିସରକୁ ସ୍ୱୟଂ ସେବକ ସଂଘ ସଦସ୍ୟ ତରଫରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱୟଂ ସେବକ ସଂଘର ସଦସ୍ୟ ରମେଶ ଚନ୍ଦ୍ର ମହାନ୍ତ, ସୁଶିଲ କୁମାର ନାୟକ, ବଳଭନ୍ଦ୍ର ମହାନ୍ତ, ପରମାନନ୍ଦ ମହାନ୍ତଙ୍କ ପ୍ରତ୍ୟକ୍ଷ ତ୍ୱତ୍ତାବଧାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ହୋଇଛି।

ମନ୍ଦିର ଚାରି ପାଖରେ ରହିଥିବା ଅନାବନା ଗଛକୁ ସଂପୂର୍ଣ୍ଣ ଭାବରେ ସଫା କରିବା ସହିତ ମନ୍ଦିର ଠାରୁ ମଖ୍ୟ ରାସ୍ତା ପର୍ଯ୍ୟନ୍ତ ରାସ୍ତାକୁ ସଫା କରିବା ସହିତ ଭକ୍ତ ମାନେ ମହାଦେବକୁ ଦର୍ଶନ କରିବାକୁ ଆସୁଥିବା ସମୟରେ ଅପେକ୍ଷା କରୁଥିବା ସ୍ଥାନକୁ ସଫା କରିବା ସହିତ ଯେଉଁ ସ୍ଥାନରେ ବର୍ଷା ପାଣି ପଡି ଶିଉଳି ଲାଗିଯାଇଥିଲା ସେହି ସ୍ଥାନକୁ ବ୍ଲିଂ ପାଉଡର ପକାଇ ସଫା କରିଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ମନ୍ଦିର ଚାରିପାଖରେ ଅନାବନା ଗଛ ଉଠି ମନ୍ଦିର ପରିବେଶକୁ ଅସୁନ୍ଦର କରିଥିଲା। ସ୍ୱୟଂ ସେବକ ସଂଘର ସଦସ୍ୟ ମାନେ ଆଜି ମନ୍ଦିର ଚାରିପାଖକୁ ପରିସ୍କାର କରିବା ସହିତ ମନ୍ଦିର ଚାରି ପାଖରେ ବିଭିନ୍ନ ପ୍ରକାର ଫୁଲ ଗଛ ଲଗାଇ ମନ୍ଦିର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ଦେଖିବାକୁ ମିଳିଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories