ରାଜଧାନୀରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଭୁବନେଶ୍ବର: ଘରୋଇ ଇଞ୍ଜିନିୟରିଂ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ହଷ୍ଟେଲରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ କଲା ଚନ୍ଦକା ପୁଲିସ। ମୃତ ଛାତ୍ର ଡିପ୍ଲୋମା ଦ୍ବିତୀୟ ବର୍ଷ ଛାତ୍ର ବୋଲି ଜଣାପଡ଼ିଛି। ଛାତ୍ରଙ୍କ ମୃତ୍ୟୁ ସନ୍ଦେହଜନକ ହୋଇଥିବାରୁ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ପରିବାର ଲୋକେ ଜଣେ ଯୁବତୀଙ୍କୁ ଅଭିଯୁକ୍ତ ଦର୍ଶାଇ ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି। ମୃତକ ଛାତ୍ର ବିଷ ପିଇଥିବା ନେଇ ପରିବାରକୁ ଫୋନ କରିଥିଲେ ସମ୍ପୃକ୍ତ ଯୁବତୀ। ପରିବାରକୁ ମୃତଦେହ ହସ୍ତାନ୍ତର କରି ପୁଲିସଜୋରଦାର ଛାନଭିନ କରୁଥିବା ସୂଚନା ମିଳିଛି।
Comments are closed.