www.samajalive.in
Saturday, December 13, 2025
27.1 C
Bhubaneswar

ଟି-୨୦ ବିଶ୍ବକପ୍‌ : ସେମିଫାଇନାଲରେ ଭାରତ

ମେଲବୋର୍ଣ୍ଣ :  ଭାରତ  ଟି-୨୦ ବିଶ୍ବକପ୍‌ ସେମିଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ଭେଟିବ। ଏଥି ସହ ଟି-୨୦ ବିଶ୍ବକପ୍‌  ସେମିଫାଇନାଲ ଲାଇନ ଅପ୍ ଚୂଡାନ୍ତ ହୋଇଛି। ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଆସନ୍ତା ୯ ତାରିଖରେ ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ସେହିପରି ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ୧୦ ତାରିଖରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

ତେବେ ସୁପର-୧୨ ପର୍ଯ୍ୟାୟରେ ଭାରତ ରବିବାର ତାର ଶେଷ ଲିଗ୍ ମ୍ୟାଚରେ ଜିମ୍ବାୱେକୁ ୭୧ ରନରେ ପରାସ୍ତ କରିଛି । ଭାରତ ଟସ୍‍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‍ ହରାଇ ୧୮୬  ରନ୍‍ ସଂଗ୍ରହ କରିଥିଲା। ଜିମ୍ବାୱେ ୧୭ ଓଭର ୨ଟି ବଲରେ ସମସ୍ତ ୱିକେଟ୍‍ ହରାଇ ୧୧୫ ରନ ସଂଗ୍ରହ କରିଥିଲା । ଏହି ବିଜୟ ସହ ଭାରତ ୮ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି।​‌

- Advertisement -

ଅନ୍ୟ ପକ୍ଷରେ ଆଜି  ଟି-୨୦ ବିଶ୍ୱକପ୍‍ ସୁପର-୧୨ ପର୍ଯ୍ୟାୟରେ ନେଦରଲାଣ୍ଡ୍‍ସ ଦକ୍ଷିଣ ଆଫ୍ରିକାକୁ ୧୩ ରନ୍‍ରେ ପରାସ୍ତ କରି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା । ଫଳରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲରୁ ବାଦ୍‍ ପଡ଼ିଥିଲା। ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ୍‍ସ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍‍ ହରାଇ ୧୫୮ ରନ୍‍ ସଂଗ୍ରହ କରିଥିଲା । ୧୫୯ ରନ୍‍ର ବିଜୟ ଲକ୍ଷ୍ୟ ପିଛା କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮ ୱିକେଟ୍‍ ହରାଇ ୧୪୫ ରନ୍‍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ।
ଆଜି ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ ପାକିସ୍ତାନ ବାଂଲାଦେଶକୁ ୫ ୱିକେଟ୍‍ରେ ପରାସ୍ତ କରିଛି । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ଆଠ ୱିକେଟ୍‍ ହରାଇ ୧୨୭ ରନ୍‍ ସଂଗ୍ରହ କରିଥିଲା । ଏହାର ଜବାବରେ ପାକିସ୍ତାନ ୧୧ଟି ବଲ୍‍ ବାକି ଥାଇ ୫ ୱିକେଟ୍‍ ହରାଇ ବିଜୟ ହାସଲ କରିଛି ।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories