www.samajalive.in
Wednesday, December 10, 2025
18.1 C
Bhubaneswar

ଧାମନଗରରେ ଭାଙ୍ଗିଲା ଉପନିର୍ବାଚନ ବିଜୟଧାରା

ଭୁବନେଶ୍ବର: ଧାମନଗରରେ ଭାଙ୍ଗିଲା  ଉପନିର୍ବାଚନର ବିଜୟ ଧାରା, ଫୁଟିଲା ପଦ୍ମ। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଗଡ଼ ଜିତିଲା ବିଜେପି। ଆଜି  ଧାମନଗର ଉପ-ନିର୍ବାଚନରେ ବାଜିମାତ୍ କରିଛି ବିଜେପି। ବିଜେଡି ଓ କଂଗ୍ରେସ ସମେତ ଦୁଇ ସ୍ବାଧୀନ ପ୍ରାର୍ଥୀଙ୍କୁ ବହୁ ପଛରେ ପକାଇ ଧାମନଗର ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ। ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି ଏବଂ ବିଜେପିର ଧାମନଗର ଗଡ଼କୁ ଅତୁଟ ରଖିଛନ୍ତି ସୂର୍ଯ୍ୟବଂଶୀ ସୂରଜ। ତେବେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ବିଧିବଦ୍ଧ ଘୋଷଣା ବାକି ରହିଛି।

ଧାମନଗର ଉପନିର୍ବାଚନ ଫଳାଫଳ ବିଜେଡ଼ି ହାତକୁ ଯିବ ବୋଲି ଅନେକ ଆଶା କରୁଥିଲେ। କାରଣ ଦିବଙ୍ଗତ ବିଜେପି ନେତା ବିଷ୍ଣୁ ଚରଣ ସେଠୀଙ୍କ ବର୍ଷ ବର୍ଷର ପରିଶ୍ରମ ଏଠାରେ କାମ ଦେବ ନାହିଁ ବୋଲି ଅନେକ ଆଲୋଚନା କରୁଥିଲେ। କିନ୍ତୁ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ଧାମନଗର ଉପନିର୍ବାଚନ ଆଶୀର୍ବାଦ ହୋଇଛି। ଏଭଳି ସ୍ଥିତିରେ ବିଜେପିର ଗଡ଼କୁ ଭେଦ କରିବା କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀ ପାଇଁ ଆଦୌ ସହଜ ନଥିଲା। ବିଜେଡ଼ି ପ୍ରାର୍ଥୀ ଅବନ୍ତୀ ଦାସ ଓ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ସମେତ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ଏବଂ ପବିତ୍ର ମୋହନ ଦାସଙ୍କ ଯୋଜନା ଏଠାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ସମସ୍ତଙ୍କୁ ପଛରେ ପକାଇ ଏଠାରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ହୋଇଛନ୍ତି।

- Advertisement -

ଭୋଟଗଣତି କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ୮୦,୩୫୧ଟି ଭୋଟ ପାଇଥିବାବେଳେ ତାଙ୍କର ନିକଟ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୭୦, ୪୭୦ ଭୋଟ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ୩,୫୬୧ଟି ଭୋଟ ପାଇଥିବାବେଳେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ୮,୧୫୩ଟି ଭୋଟ ପାଇଛନ୍ତି। ଏଥିରେ ୧୯ ରାଉଣ୍ଡ ଭୋଟ ଗଣତି ହୋଇଥିଲା ଏବଂ ସବୁ ରାଉଣ୍ଡରେ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହୁଥିଲେ। ତେବେ ଶେଷ ୧୯ ରାଉଣ୍ଡ ପରେ ନିଜର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପରାସ୍ତ କରି  ୯,୮୮୧ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ସୂର୍ଯ୍ୟବଂଶୀ ସୂରଜ। ଅପରପକ୍ଷରେ ସ୍ବାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ୪୯୭ଟି ଭୋଟ ପାଇଛନ୍ତି ଏବଂ ଏଠାରେ ଭୋଟର ନୋଟାରେ ୬୫୦ଭୋଟ ଦେଇଛନ୍ତି।ଭିଭିପାଟ ଗଣତି ପରେ ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ ବୋଲି ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି।

 

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories