www.samajalive.in
Saturday, December 13, 2025
27.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଭାରତ  ଟି-୨୦ ବିଶ୍ବକପ୍‌ ସେମିଫାଇନାଲରେ ପ୍ରବେଶ କରିଛି.. ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ଭେଟିବ.. ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଆସନ୍ତା ୯ ତାରିଖରେ ପ୍ରଥମ ସେମିଫାଇନାଲ ମ୍ୟାଚ.. ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ୧୦ ତାରିଖରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ..

ଭାରତ ରବିବାର ତାର ଶେଷ ଲିଗ୍ ମ୍ୟାଚରେ ଜିମ୍ବାୱେକୁ ୭୧ ରନରେ ପରାସ୍ତ କରିଛି..

- Advertisement -

ଧାମନଗରରେ ଭାଙ୍ଗିଲା  ଉପନିର୍ବାଚନର ବିଜୟ ଧାରା.. ଫୁଟିଲା ପଦ୍ମ.. ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଗଡ଼ ଜିତିଲା ବିଜେପି.. ଆଜି  ଧାମନଗର ଉପ-ନିର୍ବାଚନରେ ବାଜିମାତ୍ କରିଛି ବିଜେପି.. ବିଜେଡି ଓ କଂଗ୍ରେସ ସମେତ ଦୁଇ ସ୍ବାଧୀନ ପ୍ରାର୍ଥୀଙ୍କୁ ବହୁ ପଛରେ ପକାଇ ଧାମନଗର ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ..

୬ ରାଜ୍ୟର ୭ ବିଧାନସଭା ଆସନ: ବିଜେପି ୪ ରେ ବିଜୟୀ.. ଆରଜେଡି ୧ ଓ ଶିବସେନା ଉଦ୍ଧବ ଗୋଷ୍ଠୀ ୧ରେ ବିଜୟୀ..

ତାଞ୍ଜାନିଆରେ ରବିବାର ଏକ ଯାତ୍ରୀବାହୀ ବିମାନ ବିମାନବନ୍ଦରରେ ଅବତରଣ ସମୟରେ ହ୍ରଦରେ ଦୁର୍ଘଟଣାଗ୍ରସ୍ତ ହୋଇଛି.. ପ୍ରିସିଜନ୍‌ ଏୟାରଲାଇନ୍ସର ଘରୋଇ ବିମାନ ଯେଉଁ ସମୟରେ ବୁକୋବାରେ ଅବତରଣ କରିବାକୁ ଯାଉଥିଲା, ଠିକ୍‌ ସେହି ସମୟରେ ପାଇଲଟ୍‌ ନିୟନ୍ତ୍ରଣ ହରାଇଥିଲେ ଓ ବିମାନଟି ଏୟାରପୋର୍ଟ ନିକଟରେ ଥିବା ଭିକ୍ଟୋରିଆ ହ୍ରଦରେ ଖସି ପଡ଼ିଥିଲା..

ଆମେରିକା ଫିଲାଡେଲ୍ଫିଆ ସହରର କେନ୍ସିଙ୍ଗଟନ୍ ଏବଂ ଆଲେଗେନି ଅଞ୍ଚଳରେ ଅବସ୍ଥିତ ଏକ ବାରରେ କିଛି ଦୁର୍ବୃତ୍ତ ଆଖିବୁଜା ଗୁଳି ଚାଳନା କରିଛନ୍ତି.. ଏଥିରେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି.. ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି..

୬ରାଜ୍ୟର ୭ ବିଧାନସଭା ଆସନ ପାଇଁ ଜାରି ରହିଛି ଭୋଟ୍‌ ଗଣତି… ସକାଳ ୮ଟାରୁ ଆରମ୍ଭ ହୋଇଛି କାଉଣ୍ଟିଂ… ଆସିବ ମହାରାଷ୍ଟ୍ର, ହରିୟାଣା, ବିହାର, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ଓଡ଼ିଶାର ଉପନିର୍ବାଚନ ଫଳ… ୭ ଆସନ ପାଇଁ ମୈଦାନରେ ଥିଲେ ୪୭ ପ୍ରାର୍ଥୀ… ଭୋଟର କରିଛନ୍ତି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ…

ଧାମନଗର ଉପନିର୍ବାଚନ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ବଡ଼ ଭାଇଙ୍କ ବିୟୋଗ… ୫୬ ବର୍ଷ ବୟସରେ ବାସଭବନରେ ପରଲୋକ ହୋଇଥିବା ସୂଚନା… ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ ମନିନ୍ଦ୍ର ଦାସ…

କୋଦଳା ଥାନା ଜେ. ରାମପଲ୍ଲୀ ଗାଁରେ ଅଭାବନୀୟ ଘଟଣା… ବାର୍‌ହା ଆକ୍ରମଣରେ ଗଲା ଜଣଙ୍କ ଜୀବନ.. ଜଣେ ମୃତ, ୭ ଗୁରୁତର… ସମସ୍ତ ଗୁରୁତରଙ୍କୁ କୋଦଳା ଡାକ୍ତରଖାନାରେ ଭର୍ତ୍ତି… ବିଲରେ କାମ କରିବା ବେଳେ ସମସ୍ତଙ୍କୁ ବାରହା ଆକ୍ରମଣ କରିଥିବା ସୂଚନା…

ଟି-୨୦ ବିଶ୍ୱକପ୍‌… ବାଂଲାଦେଶକୁ ହରାଇ ସେମିକୁ ଗଲା ପାକିସ୍ତାନ… ୧୨୮ ଟାର୍ଗେଟକୁ ପିଛା କରି ପାକିସ୍ତାନ ୫ ୱିକେଟରେ ବିଜୟୀ… ସେପଟେ ମେଲବର୍ଣ୍ଣରେ ଟସ୍‌ ଜିତି ଭାରତର ବ୍ୟାଟିଂ ନି​‌ଷ୍ପତ୍ତି… ଜିମ୍ବାୱେ ବିପକ୍ଷରେ ବ୍ୟାଟିଂ କରିବ ଟିମ୍‌ ଇଣ୍ଡିଆ… ଚୂଡ଼ାନ୍ତ ଏକାଦଶରେ କାର୍ତ୍ତିକଙ୍କ ସ୍ଥାନରେ ପନ୍ତ ସାମିଲ…

କପୁର ପରିବାରରେ ଖୁସିର ଲହରୀ… ମା’ ହେଲେ ଆଲିଆ… ମୁମ୍ବାଇର ଏକ ହସ୍ପିଟାଲରେ ଦେଲେ କନ୍ୟା ସନ୍ତାନଙ୍କୁ ଜନ୍ମ… ଉଭୟ ଆଲିୟା ଓ ରଣବୀରଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ… ସୋସିଆଲ ମିଡିଆରେ ମଧ୍ୟ ଅଭିନନ୍ଦନ ଜଣାଉଛନ୍ତି ପ୍ରଶଂସକ…

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories