www.samajalive.in
Monday, December 15, 2025
27.1 C
Bhubaneswar

ଦାନ ଲକ୍ଷ୍ମୀ ଉତ୍ସବ: ୩୦ ପରିବାରକୁ ଦିଆଗଲା ଉପକରଣ

ଭୁବନେଶ୍ୱର : ଆଇସିସି ମହିଳା ଉଦ୍ୟୋଗୀ ପରିଷଦ, ଜୟ ଓଡ଼ିଶା ଓ ଭୁବନେଶ୍ୱର କ୍ଲବ ସହଯୋଗର ଭୁବନେଶ୍ୱରର ନାଗରିକଙ୍କ ପାଇଁ ଅବ୍ୟହୃତ ଘରୋଇ ସାମଗ୍ରୀ ଦାନ ପାଇଁ ଦାନ ଲକ୍ଷ୍ମୀ ଉତ୍ସବ ଆରମ୍ଭ କରାଯାଇଛି। ଉଦଘାଟନୀ ଉତ୍ସବରେ ମେୟର ସୁଲୋଚନା ଦାସ, ଓଡ଼ିଶା ମୋ ପରିବାର ଆବାହକ ଅରୁପ ପଟ୍ଟନାୟକ, ଜେଲ୍ ଡ଼ିଜି ତଥା ଆଇପିଏସ୍ ମନୋଜ କୁମାର ଛାବ୍ରା, ମୋ କଲେଜ୍ ଅଧ୍ୟକ୍ଷ ଆକାଶ ଦାସନାୟକ, ସୁକୀର୍ତ୍ତୀ ପଟ୍ଟନାୟକ (ଆବାହକ, ଆଇସିସି ମହିଳା ଉଦ୍ୟୋଗୀ ପରିଷଦ), ରୁଦ୍ର ନାରାୟଣ ସାମନ୍ତରାୟ (ଯୁଗ୍ମ ସଂପାଦକ, ବିଜୁ ଜନତା ଦଳ, ଆବାହକ, ଓଡ଼ିଶା ମୋ ପରିବାର) ପ୍ରମୁଖ ଉପସ୍ଥିତ ରହି ଏହି ନିଆରା ଉଦ୍ୟମର ପ୍ରଶଂସା କରିଥିଲେ। ପ୍ରତ୍ୟେକ ବ୍ୟକ୍ତି ସମାଜର ଉନ୍ନତିର ସହଯୋଗ କରିବା ସ୍ଥିତିରେ ଅଛନ୍ତି। କେତେଜଣ କିପରି ଯୋଗଦାନ କରିବେ ଜାଣନ୍ତି ନାହିଁ, କିଛି ପ୍ରାପ୍ତକର୍ତ୍ତାଙ୍କୁ ଉପରେ ସନ୍ଦେହ କରନ୍ତି, ଅନେକଙ୍କର ସହଯୋଗ ନିମନ୍ତେ ଉଦ୍ଦେଶ୍ୟ ଅଛି କିନ୍ତୁ ସଠିକ୍ ଚ୍ୟାନେଲ୍ କିମ୍ବା ସଂସ୍ଥାକୁ ପ୍ରବେଶ କରିପାରନ୍ତି ନାହିଁ। ଏହି ଚିନ୍ତାଧାରାକୁ ପାଥେୟ କରି, ଆଇସିସି ମହିଳା ଉଦ୍ୟୋଗୀ ପରିଷଦ ଏବଂ ଜୟ ଓଡ଼ିଶା ଉତ୍ସର୍ଗୀକୃତ ସ୍ୱେଚ୍ଛାସେବୀମାନଙ୍କର ଏକ ସ୍ୱତନ୍ତ୍ର ଟିମ୍ ଏହି ଉଦ୍ୟମ ଆରମ୍ଭ କରିଛି। ଉନ୍ମୋଚନ ପୂର୍ବରୁ ମଧ୍ୟ ଏହି ପଦକ୍ଷେପକୁ ଅନେକ ସକରାତ୍ମକ ପ୍ରତିକ୍ରିୟା ମିଳି ପାରିଛି। ଆଇସିସି ମହିଳା ଉଦ୍ୟୋଗୀ ପରିଷଦର ସଦସ୍ୟମାନେ ଏହି ପଦକ୍ଷେପ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଅନେକ ସାମଗ୍ରୀ ଦାନ କରିବାରେ ନେତୃତ୍ୱ ନେଇଛନ୍ତି। ଏହି ଅବସରରେ ୩୦ରୁ ଅଧିକ ପରିବାରକୁ ଏହି ସାମଗ୍ରୀ ଗୁଡ଼ିକ ପ୍ରଦାନ କରାଯାଇଥିଲା। ଏହି ଜିନିଷଗୁଡ଼ିକରେ ପିଲାମାନଙ୍କ ପାଇଁ ପୋଷାକ, ଘରୋଇ ଜିନିଷ ଏବଂ ଖେଳନା ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପକୃତ ହୋଇଥିବା ପରିବାରମାନେ କୃତଜ୍ଞତା ଜଣାଇବା ସହ ଆୟୋଜକଙ୍କୁ ଧନ୍ୟବାଦ ଜଣାଇଥିଲେ। ଦାନ ଲକ୍ଷ୍ମୀ ଉତ୍ସବର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମଟି ଆଇସିସି ମହିଳା ଉଦ୍ୟୋଗୀ ପରିଷଦର କୋର୍ ମେମ୍ବେର ଶ୍ୱାତୀ କେଜରୀୱାଲ୍ ଏବଂ ଇସି ମୁଖ୍ୟ ଶ୍ୱାତୀ ମିଶ୍ରଙ୍କ ଦ୍ୱାରା ଆରମ୍ଭ କରାଯାଇଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories