www.samajalive.in
Wednesday, December 10, 2025
23.1 C
Bhubaneswar

୨ରୁ ଉର୍ଦ୍ଧ୍ବ ସନ୍ତାନ ହେଲେ ହୋଇ ପାରିବେନି ସରପଞ୍ଚ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ପଞ୍ଚାୟତରାଜ ବ୍ୟବସ୍ଥାରେ ସୁଧାର ଆଣିବା ଉଦ୍ଦେଶ୍ୟରେ ସୁପ୍ରିମ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ସୁପ୍ରିମ କୋର୍ଟ ୨ରୁ ଉର୍ଦ୍ଧ୍ବ ସନ୍ତାନ ଥିବା ପ୍ରାର୍ଥୀ ପଞ୍ଚାୟତ ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ ବୋଲି ସୁପ୍ରିମ କୋର୍ଟ ସ୍ପଷ୍ଟ କରିଛନ୍ତି। ଓଡ଼ିଶାର ଏକ ସଂରକ୍ଷିତ ଆସନ କ୍ଷେତ୍ରରୁ ମୀନସିଂହ ମାଝୀଙ୍କ ଆବେଦନର ଶୁଣାଣି କରି ସୁପ୍ରିମ କୋର୍ଟ ଉପରୋକ୍ତ ରାୟ ପ୍ରଦାନ କରିବା ସହ ୨ରୁ ଉର୍ଦ୍ଧ୍ବ ସନ୍ତାନ ଥିବା ବ୍ୟକ୍ତି ବିଶେଷ ପଞ୍ଚାୟତ ନିର୍ବାଚନର କୌଣସି ପଦରେ ପ୍ରାର୍ଥୀ ହୋଇ ପାରିବେ ନାହିଁ ବୋଲି ସ୍ପଷ୍ଟ କରିବା ସହ ଏପରିକି ସେମାନେ ପଞ୍ଚାୟତର କୌଣସି ପଦରେ ମଧ୍ୟ ରହି ପାରିବେ ନାହିଁ। ନୂଆପଡ଼ା ଜିଲାର ଏକ ପଞ୍ଚାୟତ ନିର୍ବାଚନରେ ୨୦୦୨ରେ ସରପଞ୍ଚ ହୋଇଥିବା ଜଣେ ବ୍ୟକ୍ତିଙ୍କ ତୃତୀୟ ସନ୍ତାନ ହେବା ପରେ ସେଠାରେ ପୁନଃ ନିର୍ବାଚନ କରିବାକୁ ଦାବି କରାଯାଇ ଥିଲା। ଏହି ମାମଲା ପ୍ରଥମେ ଉଚ୍ଚ ନ୍ୟାୟାଳୟ ଓ ପରେ ସୁପ୍ରିମ କୋର୍ଟରେ ପହଞ୍ଚିଥିଲା। ଏହି ମାମଲାରେ ସରପଞ୍ଚ ତାଙ୍କ ତୃତୀୟ ସନ୍ତାନକୁ ପୋଷ୍ୟପୁତ୍ର ଭାବେ ଅନ୍ୟକୁ ପ୍ରଦାନ କରି ଦେଇଥିବାରୁ ସେ ତାଙ୍କ ପଦରେ ବଳବତ୍ତର ରହି ପାରିବେ ବୋଲି କୋର୍ଟରେ ଆବେଦନ କରିଥିଲେ। ତେବେ ଆଜି ସୁପ୍ରିମ କୋର୍ଟ ସ୍ୱତଃ ସନ୍ତାନ ଅନ୍ୟକୁ ପୋଷ୍ୟ ଭାବେ ପ୍ରଦାନ କରିବା ପରେ ମଧ୍ୟ ଜଣେ ପ୍ରାର୍ଥୀ ସରପଞ୍ଚ କିମ୍ବା ଅନ୍ୟାନ୍ୟ ପ୍ରାର୍ଥୀ ପାଇଁ ଅଯୋଗ୍ୟ ବୋଲି ସ୍ପଷ୍ଟ କରି ଦେଇଛନ୍ତି।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories