www.samajalive.in
Sunday, December 14, 2025
19.1 C
Bhubaneswar

ନକଲି ଟାଟା ଇଞ୍ଜିନଅଏଲ ଜବତ

ଗଞ୍ଜାମ :  ଗଞ୍ଜାମ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପୁଇଁତୋଳା ଠାରୁ ଲକ୍ଷ୍ମୀପୂର ମଧ୍ୟରୁ ଚଢ଼ାଉ କରାଯାଇ ନକଲି ଇଞ୍ଜିନ ଅଏଲ ବିକ୍ରିକୁ ଧରିଛି ଗଞ୍ଜାମ ଥାନା ପୁଲିସ । ଟ୍ରକ ଓ ବସରେ ସେହି ଇଂଜିନଅଏଲ ପଡୁଥିବା ଜଣାପଡିଛି । କୌଣସି ସୂତ୍ରରୁ ଗଞ୍ଜାମ ଥାନା ପୁଲିସ ଖବର ପାଇ ଆଇଆଇସି ସନ୍ତୋଷ କୁମାର ବେହେରାଙ୍କ ନେତୃତ୍ୱରେ ଏସଆଇ ଅଜିତ କୁମାର ପରିଡା, ନାରାୟଣ କହ୍ନର, ମହିଳା ଏସଆଇ ସୁପ୍ରଭା ସାହ ପ୍ରମୁଖ ଚଢ଼ାଉ କରିଥିଲେ । ଦୋକାନ ମାନଙ୍କ ଉପରେ ଚଢ଼ାଉ କରିଥିଲେ । ନକଲି ଇଂଜିନ ଅଏଲ ଭର୍ତି ୫୦ ରୁ ଉର୍ଦ୍ଧ ବାଲଟି ଜବତ କରାଯାଇଛି ଏବଂ ପାଞ୍ଚ ଦୋକାନୀଙ୍କୁ ଥାନାରେ ଅଟକ ରଖି ସେମାନଙ୍କ ନାମରେ କେଶ ନ ୨୦୪/୨୨ରେ ମାମଲା ରୁଜୁ କରାଯାଇଥିବା ଆଇଆଇସି ସନ୍ତୋଷ କୁମାର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଏହି ନକଲି ଇଂଜିନଅଏଲ  ଚେର ବ୍ରହ୍ମପୁରରେ ହୋଇଥିବା ପୁଲିସ ଆଶଙ୍କା କରୁଛି । ଅଧିକ ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଗଞ୍ଜାମ ଥାନା ପୁଲିସ ପକ୍ଷରୁ କୁହାଯାଇଛି । ପ୍ରକାଶ ଯୋଗ୍ୟ ଉକ୍ତ ନକଲି ଇଂଜିନ ଅଏଲ ଟ୍ରକ କିମ୍ବା ବସରେ ପକାଇବା ପରେ କିଛି ଗାଡି ଖରାପ ହୋଇଯାଇଥିଲା । ଫଳରେ ଏନେଇ ଗାଡି ମାଲିକ ମାନେ ଟାଟା ଇଂଜିନଅଏଲ ଡିପୋରେ ପହଂଚି ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପ୍ରକୃତ ଇଂଜିନ ଅଏଲ ଡିପୋ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା । କେଉଁ ସ୍ଥାନରେ ଏହି ନକଲି ଜିନିଷ ବିକ୍ରି ହେଉଛି ତାହାକୁ ତଦନ୍ତ କଲେ ପ୍ରକୃତ ସତ୍ୟ ପଦାକୁ ଆସିବ ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories