www.samajalive.in
Monday, December 15, 2025
15.1 C
Bhubaneswar

ଭୋଟ ଦେଉଛି ଧାମନଗର; ନେତା ବାଛୁଛନ୍ତି ସାଧାରଣ ଜନତା

ଧାମନଗର: ଧାମନଗର ବିଧାନସଭା ଆସନ ପାଇଁ ଆଜି ହେଉଛି ଉପନିର୍ବାଚନ । ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଖାଲିପଡ଼ିଥିବା ଆସନ ପାଇଁ ଆଜି ଉପନିର୍ବାଚନ କରାଯାଉଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ, ସଂଧ୍ୟା ୬ଟା ଯାଏଁ ମତଦାନ ଜାରି ରହିବ । ମତଦାନ ପାଇଁ ଧାମନଗରରେ ମୋଟ୍‌ ୨୫୨ଟି ବୁଥର ବ୍ୟବସ୍ଥା ହୋଇଛି । ସେଥି ମଧ୍ୟରୁ ୧୧୦ଟି ବୁଥକୁ ସମ୍ବେଦନଶୀଳ ବୁଥ୍‌ ଭାବେ ଘୋଷଣା କରାଯାଇଛି । ଚଳିତ ଉପନିର୍ବାଚନରେ ୫ଜଣ ପ୍ରାର୍ଥୀ ରହିଛନ୍ତି । ବିଜେଡି, ବିଜେପି, କଂଗ୍ରେସ ଓ ୨ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି । ସମସ୍ତ ୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଧାମନଗରର ୨ଲକ୍ଷ ୩୮ ହଜାର ଭୋଟର । ସେପଟେ ବୁଥରେ ଯେପରି କୌଣସି ବିଶୃଙ୍ଖଳା ନଘଟେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ବୁଥରେ ପୁଲିସ ମୁତୟନ ହୋଇଛନ୍ତି । ପୁରା ନିର୍ବାଚନ ମଣ୍ଡଳୀକୁ ତିନିଟି ଜୋନରେ ବିଭକ୍ତ କରାଯାଇଛି। ୨୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହ ୪ କମ୍ପାନୀ ସିଏପିଏଫ୍ ନିଯୁକ୍ତ କରାଯାଇଛି ।ତାହା ସହ ମତଦାନ କେନ୍ଦ୍ରର ୧୦୦ ମିଟର ପରିଧି ଭିତରେ କଟକଣା ଜାରି କରାଯାଇଛି । ଭୋଟର ପରିଚୟ ପତ୍ର ଛଡ଼ା ଅନ୍ୟ ୧୨ଟି ଡକ୍ୟୁମେଣ୍ଟକୁ ଅନୁମତି ମିଳିଛି । ୧୧୦ ସମ୍ବେଦନଶୀଳ ବୁଥ ଥିବାବେଳେ ୧୨୬ ବୁଥ୍‌ରେ ୱେବ୍‌ କାଷ୍ଟିଙ୍ଗ ବ୍ୟବସ୍ଥା କରାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ।

- Advertisement -

ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ କହିଥିଲେ, ପ୍ରତି ବୁଥ୍‌ ପାଇଁ ୪ଜଣ ପୋଲିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏଥିପାଇଁ ମୋଟ ୧୦୦୮ ପୋଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି। ବୁଥ୍‌ରେ କୌଣସି ପୋଲିଂ ଅଧିକାରୀଙ୍କ ଶରୀର ଅସୁସ୍ଥ ହେଲେ ସେଠାରେ ପୋଲିଂ ଅଧିକାରୀ ନିୟୋଜିତ କରିବା ପାଇଁ ୧୦୦ ପୋଲିଂ ଅଧିକାରୀଙ୍କୁ ସଂରକ୍ଷଣରେ ରଖାଯାଇଛି । ବୁଥଠାରୁ ୧୦୦ମିଟର ଦୂର ପରିସର ମଧ୍ୟରେ କେହି ରହିପାରିବେ ନାହିଁ। ଏହାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଦେଖାଗଲେ ସଜାଡିବା ନିମନ୍ତେ ହାଇଦ୍ରାବାଦରୁ ଆସିଥିବା ୭ ଇଞ୍ଜିନିୟରଙ୍କୁ ରଖାଯାଇଛି। ଆଜି ୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେଉଛି ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories