www.samajalive.in
Sunday, December 7, 2025
14.1 C
Bhubaneswar

ଛାତ୍ରୀର ଆପତ୍ତିଜନକ ଫଟୋ ଭାଇରାଲ୍‌ ଅଭିଯୋଗରେ ଟ୍ୟୁସନ ଶିକ୍ଷକ ଗିରଫ

ନେମାଳ : ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅନ୍ତର୍ଗତ କେରିଲୋ ଗ୍ରାମରେ ଛାତ୍ରୀର ଆପତ୍ତିଜନକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ପୁଲିସ ଗିରଫ କରି କୋର୍ଟଚାଲଣ କରିଛି।

ନେମାଳ ଥାନା ଅଧିକାରୀ ପ୍ରଭାତ କୁମାର ମଲ୍ଲିକ ସୂଚନା ଅନୁଯାୟୀ, ବିକାଶ ରଞ୍ଜନ ସିଂ ନାମକ ଜଣେ ଯୁବକଙ୍କ ସହିତ ସେହି ଗ୍ରାମର ଟ୍ୟୁସନ୍‌ ପଢ଼ୁଥିବା ଜନୈକା ଛାତ୍ରୀଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏପରିକି ପରିବାରର ଅଜାଣତରେ ଦୁଇ ଜଣ କୋର୍ଟରେ ବିବାହ କରିଥିଲେ। କିନ୍ତୁ କିଛି ଦିନ ପରେ ୧୮ ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ ଦାବି କରି ବିକାଶ ଛାତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଛାତ୍ରୀ ଜଣକ ଏ ବିଷୟରେ ପରିବାର ଲୋକଙ୍କୁ ଜଣାଇବା ସହିତ ଛାଡ଼ପତ୍ର ପାଇଁ ଆଇନର ଆଶ୍ରୟ ନେଇଥିଲେ। ଗ୍ରାମର ଭଦ୍ରଲୋକମାନଙ୍କ ଉପସ୍ଥିତିରେ ଆପୋସ ବୁଝାମଣା ପରେ ଛାଡପତ୍ର ଦେବା ପାଇଁ ବିକାଶଙ୍କୁ ତିନିମାସ ସମୟ ଦିଆଯାଇଥିଲା। ଛାଡପତ୍ର ହେବ ବୋଲି ଜାଣିବା ପରେ ବିକାଶ ଛାତ୍ରୀଙ୍କର ବହୁ ଆପତ୍ତିଜନ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରଘଟ କରିଥିଲେ। ଏଥିସହିତ ଜୀବନରୁ ମାରିଦେବାକୁ ବିକାଶ ଛାତ୍ରୀଙ୍କର ପିତାଙ୍କୁ ଫୋନରେ ଧମକ ଦେଉଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ନେମାଳ ଥାନା ପୁଲିସ  ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା।

Hot this week

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

Related Articles

Popular Categories