www.samajalive.in
Tuesday, December 9, 2025
15.1 C
Bhubaneswar

ପଞ୍ଚାୟତ ନିର୍ବାଚନରେ ହିଂସା; ୬ ମୃତ

କଚ୍ଛ(ଗୁଜରାଟ) : ଗୁଜରାଟର କଚ୍ଛ ଜିଲାରେ ପଞ୍ଚାୟତ ନିର୍ବାଚନକୁ ନେଇ ହିଂସାକାଣ୍ଡ ଘଟି ୬ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ କହିବା ଅନୁଯାୟୀ କଚ୍ଛ ଜିଲାର ଚାସ୍ରା ପଞ୍ଚାୟତରେ କିଛି ଦିନ ତଳେ ସରପଞ୍ଚ ପଦ ପାଇଁ ନିର୍ବାଚନ ହୋଇଥିଲା। ନିର୍ବାଚନରେ ଜଣେ ମହିଳା ପ୍ରାର୍ଥୀ ବିଜୟୀ ହୋଇଥିଲେ। ତେବେ ନିର୍ବାଚନରେ ପରାସ୍ତ ହୋଇଥିବା ଗୋଷ୍ଠୀର ଲୋକେ ପ୍ରତିଶୋଧ ପରାୟଣ ରହିଥିବାବେଳେ ଛୋଟ କଥାକୁ ନେଇ ହିଂସା ଘଟିଛି। ମଙ୍ଗଳବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଆରମ୍ଭ ହୋଇ ହିଂସାକାଣ୍ଡ ଘଟିଥିଲା। ଦୁଇଗୋଷ୍ଠୀ ପରସ୍ପର ଉପରେ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିଲା। ପୁଲିସ କହିବା ଅନୁଯାୟୀ ହିଂସାରେ ବିଜୟୀ ସରପଞ୍ଚଙ୍କ ପୁଅ ଆବିଦ ଶବର ଭୁଲିଆ (୨୫)ଙ୍କର ମୃତ୍ୟୁ ହୋଇଛି। ଏହା ସହିତ ମଗନ ଆହିର (୨୭), ଭରତ ଆହିର (୨୮), ଭାର୍ଗବ ଆହିର (୨୬) ଓ ଚେତନ ଆହିର (୩୮)ଙ୍କର ମୃତ୍ୟୁ ହୋଇଛି। ଏମାନେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ। ଅନ୍ୟ ଜଣେ ମୃତକ ହେଲେ ଅମାଦ ଅବଦୁଲ ଭୁଲିଆ (୭୦)। ଏହି ଘଟଣାରେ ଦୁଇଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାଁରେ ପୁଲିସ ମୁତୟନ କରାଯାଇଥିବାବେଳେ ପରସ୍ଥିତି ନିୟନ୍ତ୍ରଣାଧୀନ ଥିବା କୁହାଯାଇଛି। ଉଭୟ ଗୋଷ୍ଠୀ ପକ୍ଷରୁ ଏତଲା ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories