www.samajalive.in
Sunday, December 7, 2025
23.1 C
Bhubaneswar

ଶତାୟୁ ମହିଳାଙ୍କୁ ବଳାତ୍କାର, ୨୦ ବର୍ଷିୟ ଯୁବକ ଗିରଫ

କଲକାତା : ପଶ୍ଚିମ ବଙ୍ଗ ନଦିଆ ଜିଲାରେ ଜଣେ ୧୦୦ ବର୍ଷ ବୟସ୍କ ବୃଦ୍ଧାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ ୨୦ ବର୍ଷିୟ ଯୁବକଙ୍କୁ ଗିରଫ କରାଯାଇଛି। ଅକ୍ଟୋବର ୨୩ରେ ଏହି ଘଟଣା ଘଟିଥିଲା। ଏନେଇ ନଦିଆ ଜିଲା ଚକଦହ ପୁଲିସ୍‍ ଥାନାରେ ଏକ ମାମଲା ରୁଜୁ ହୋଇଛି।
ଚକଦହ ପୁଲିସ୍‍ର ସୂଚନା ଅନୁସାରେ ଅଭିଯୁକ୍ତ ଯୁବକର ନାମ ଅର୍ଘ ବିଶ୍ୱାସ ଓରଫ ଅଭିଜିତ। ବଳାତ୍କାର ସମୟରେ ତାଙ୍କୁ ବୃଦ୍ଧାଙ୍କ ସମ୍ପର୍କୀୟମାନେ କାବୁ କରିନେଇଥିଲେ। ପୁଲିସ୍‍ ତାକୁ ଗିରଫ କରି କୋର୍ଟ ଚାଲଣ କରିଥିଲା। ପୀଡ଼ିତା ବୃଦ୍ଧାଙ୍କ ଡାକ୍ତରୀ ମାଇନା କରାଯାଇଛି। ଏହି ଘଟଣା ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହା ପୂର୍ବରୁ ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ନିର୍ଭୟା ଭଳି ଏକ ବଳାତ୍କାର କାଣ୍ଡ ଘଟିଥିଲା। ମହିଳା ଅପରାଧ କ୍ଷେତ୍ରରେ ପଶ୍ଚିମବଙ୍ଗ ସର୍ବଦା ଚର୍ଚ୍ଚରେ ରହି ଆସିଛି। ୨୦୧୬ରେ ପଶ୍ଚିମବଙ୍ଗ ମାନବ ଚାଲଣ ଅପରାଧ କ୍ଷେତ୍ରରେ ଦେଶର ଶୀର୍ଷ ସ୍ଥାନରେ ଥିଲା। ପଶ୍ଚିମବଙ୍ଗରେ ୨୦୧୬ରେ ୩,୫୭୯ଟି ମାନବ ଚାଲଣ ମାମଲା ରୁଜୁ ହୋଇଥିଲା। ଏହା ସାରା ଦେଶରେ ରୁଜୁ ମାନବ ଚାଲଣ ମାମଲାର ୪୪% ଅଟେ। ଉଲ୍ଲେଖଯୋଗ୍ୟ ଯେ ମାନବ ଚାଲଣ ମାମଲରେ ସର୍ବାଧିକ ମହିଳା ଚାଲଣ ଅଭିଯୋଗ ରହିଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories