www.samajalive.in
Saturday, December 6, 2025
16.1 C
Bhubaneswar

ରାଣୀ ବନ୍ଧ ଆଡ଼ି ମଦ ଦୋକାନ ଉପରେ ଗ୍ରହଣ; ପୌରପାଳିକା ପରେ ଅବକାରୀ ବିଭାଗ କଲା ସିଲ୍‌‌

ବଲାଙ୍ଗିର: ବଲାଙ୍ଗିର ସହରର ରାଣୀ ବନ୍ଧ ଆଡିରେ ଅନୁମତିପ୍ରାପ୍ତ ଠିପି ବନ୍ଦ ମଦ ଦୋକାନ ଉପରେ ଗ୍ରହଣ ଲାଗିଛି। କିଛି ଦିନ ପୂର୍ବରୁ ରାଣୀ ବନ୍ଧ ଆଡିରେ ମଦ୍ୟପଙ୍କ ଆଡ୍ଡା ଜମୁଥିବା, ପରିବେଶ ପ୍ରଦୂଷଣ କରୁଥିବା ଓ ନିୟମ ଉଲ୍ଲଂଘନ ଅଭିଯୋଗରେ ପୌରପାଳିକା ପକ୍ଷରୁ ସିଲ୍‌‌ କରାଯାଇଥିଲା। ପରେ ପୁଣି ଖୋଲିଥିଲା ଦୋକାନ। କିନ୍ତୁ ଗୁରୁବାର ସନ୍ଧ୍ୟାରେ ପୁଣିଥରେ ମଦ ଦୋକାନକୁ ଅବକାରୀ ବିଭାଗ ସିଲ୍‌‌ କରିଛି।

ରାଣୀ ବନ୍ଧ ଆଡିରେ ଥିବା ମଦ ଦୋକାନଟି ବେଆଇନ ଭାବେ ଓ ସରକାରୀ ସ୍ଥାନରେ ରହିଥିବା ଅଭିଯୋଗ ହୋଇ ଆସୁଥିଲା। ମଦ ଦୋକାନ ଥିବା ଜମିର ମାଲିକାନା(ଆର୍‌‌ଓଆର୍‌‌) ସମ୍ପର୍କରେ ସୂଚନା ପାଇ ଅବକାରୀ ବିଭାଗ ଗତ ୧୩ ତାରିଖ ତହସିଲ କାର୍ଯ୍ୟାଳୟକୁ ପତ୍ର ଦେଇଥିଲା। ଉକ୍ତ ଜମି ସରକାରୀ ହୋଇଥିବା ନେଇ ଗୁରୁବାର ବଲାଙ୍ଗିର ତହସିଲ ପକ୍ଷରୁ ସୂଚନା ମିଳିଥିଲା। ଜିଲାପାଳ ଚଞ୍ଚଲ ରାଣାଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ଗତକାଲି ସନ୍ଧ୍ୟାରେ ଠିପି ବନ୍ଦ ମଦ ଦୋକାନକୁ ସିଲ୍‌‌ କରି ଦେଇଛି। ବଲାଙ୍ଗିର ସଦର ଅବକାରୀ ନୀରିକ୍ଷକ ସରୋଜ କୁମାର ପରିଡ଼ାଙ୍କ ତତ୍ତ୍ୱାବଧାନରେ ଏସ୍‌‌ଆଇ ପଦ୍ମଲୋଚନ ନାଏକ ଓ ବିଭାଗୀୟ କର୍ମଚାରୀମାନେ ଠିପି ବନ୍ଦ ମଦ ଦୋକାନକୁ ସିଲ୍‌‌ କରିଥିଲେ। ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦୋକାନ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟତ୍ର ସ୍ଥାନାନ୍ତର ନହେବା ପର୍ଯ୍ୟନ୍ତ ଦୋକାନ ସିଲ୍‌‌ ରହିବ ବୋଲି ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲି କହିଛନ୍ତି।

- Advertisement -

ସୂଚନାଯୋଗ୍ୟ ଯେ, ଠିପି ବନ୍ଦ ମଦ ଦୋକାନ ହୋଇଥିଲେ ବି ମଦ ଦୋକାନ ବାହାରେ ମଦ୍ୟପଙ୍କ ଆଖଡା ଜମୁଥିଲା। ସାଧାରଣ ଲୋକେ ଯିବା କଷ୍ଟକର ହେଉଥିଲା। ମହିଳାମାନେ ସୁରକ୍ଷିତ ମଣୁ ନଥିଲେ। ବନ୍ଧ ଆଡିରେ ମଦ୍ୟପ ମଦ ବୋତଲ ଫିଙ୍ଗୁଥିଲେ। ରିତିମତ ତମାସା ଚାଲିଥିଲା। କିଛି ଦିନ ପୂର୍ବରୁ ବଲାଙ୍ଗିର ପୌର ନିର୍ବାହୀ ଅଧିକାରୀ ସାମୀ ଜୟଶ୍ରୀ ରେଡ୍ଡି ରାଣୀ ବନ୍ଧ ଉନ୍ନୟନ କାମ ତଦାରଖ କରିବାକୁ ଯାଇଥିଲେ। ବନ୍ଧ ଆଡିରେ ଚାଲିଥିବା କାରନାମା ଦେଖି ତାଜୁବ ହୋଇଥିଲେ। ନିୟମ ଉଲ୍ଲଂଘନ କରୁଥିବା ଦର୍ଶାଇ ସିଲ୍‌‌ କରିଦେଇଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories