www.samajalive.in
Saturday, December 6, 2025
14.1 C
Bhubaneswar

ଷ୍ଟେଟ ବ୍ୟାଙ୍କ୍ ପ୍ରଶାସନିକ କାର୍ଯ୍ୟାଳୟ ପକ୍ଷରୁ ଆମ୍ବୁଲାନ୍ସ ପ୍ରଦାନ

ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ଷ୍ଟେଟ ବ୍ୟାଙ୍କ୍ ପ୍ରଶାସନିକ କାର୍ୟ୍ୟାଳୟ ପକ୍ଷରୁ ଲୋକସେବକ ମଣ୍ଡଳକୁ ଆଜି ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି । ଷ୍ଟେଟ ବ୍ୟାଙ୍କ୍ ର ଚିଫ ଜେନେରାଲ ମ୍ୟାନେଜର ଚନ୍ଦ୍ରଶେଖର ଶର୍ମା, ଡିଜିଏମ୍ ସନ୍ଦୀପ କୁମାର ଚୁବେ, ଏଜିଏମ୍ ମାନସ ଧିର ସାମନ୍ତ, ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନାଙ୍କ ସମେତ ଷ୍ଟେଟ ବ୍ୟାଙ୍କ କାର୍ୟ୍ୟାଳୟ ଓ ବ୍ରହ୍ମପୁର ସମାଜ କାର୍ୟ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହା ଷ୍ଟେଟ ବ୍ୟାଙ୍କର ସିଏସଆର ଫଣ୍ଡରୁ ପ୍ରଦାନ କରାଯାଇଛି ବୋଲି ସିଜିଏମ କହିଥିଲେ । ଏହି ଆମ୍ବୁଲାନ୍ସ ଗରିବ ରୋଗୀଙ୍କ କାମରେ ଲାଗି ପାରିବ ବୋଲି ଶ୍ରୀ ଜେନା କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories