ଜି.ଉଦୟଗିରି : ସ୍ଥାନୀୟ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ପାଢୀଙ୍କ ତତ୍ତ୍ବାବଧାନରେ ଅଗ୍ନିଶମ କର୍ମଚାରୀ ମାନଙ୍କ ଦ୍ବାରା ଆଜି ଶ୍ରୀରାମପଦା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଏକ ମକ୍ ଡ୍ରିଲ୍ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହଠାତ୍ ନିଆଁ ଲାଗିଲେ ନିଜକୁ କିପରି ସୂରକ୍ଷିତ ରଖିପାରିବେ ସେନେଇ ଅଗ୍ନିଶମ କର୍ମଚାରୀ ମାନେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ମକ୍ ଡ୍ରିଲ୍ ମାଧ୍ୟମରେ ଦେଖାଇଥିଲେ। ଏହି ମକ୍ ଡ୍ରିଲ୍ ଚାଲିଥିବା ବେଳେ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ନେଇ ଅଗ୍ନିଶମ ଅଧିକାରୀ ଶ୍ରୀ ପାଢୀ ସୂଚନା ଦେଇଛନ୍ତି।
Popular Categories



