www.samajalive.in
Saturday, December 6, 2025
16.1 C
Bhubaneswar

ଭୋଜନ ସମୟରେ ଏଭଳି ହେବା ଦେଇଥାଏ କିଛି ସଙ୍କେତ

ନିଜ ଦୈନନ୍ଦିନ କାର୍ଯ୍ୟରେ ସଭିଏଁ ବିଭିନ୍ନ ପ୍ରକାର କାର୍ଯ୍ୟ କରିଥାଆନ୍ତି। ଏହି କାର୍ଯ୍ୟ ସମୟରେ ଏଭଳି କିଛି ଘଟଣା ମଧ୍ୟ ଦେଖାଯାଏ, ଯାହା ବିଷୟରେ ସଭିଏଁ ଜାଣି ନଥାଆନ୍ତି। ସେଭଳି ଏକ କାର୍ଯ୍ୟ ହେଉଛି ଭୋଜନ। ଭୋଜନ କରିବା ସମୟରେ ଏଭଳି କିଛି ଘଟଣା ଘଟିଥାଏ,ଯାହା ଭବିଷ୍ୟତ ସହ ଜଡିତ। ଭୋଜନ କରିବା ସମୟରେ କିଛି କଥା ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ। ଜାଣନ୍ତୁ ସେଭଳି କିଛି ଘଟଣା ବିଷୟରେ..
ଭୋଜନ ପାଇଁ ବସିବା ପରେ ଏହା ପରଷା ଯାଇଥାଏ। କେତେକ ସମୟରେ ଦେଖାଯାଏ ଭୋଜନ ପାଇଁ ଥାଳି ରଖିବା ସମୟରେ ଏହା ବାରମ୍ବାର ହାତରୁ ଖସିଥାଏ। କିମ୍ବା ଭୋଜନ ମଧ୍ୟ ହାତରୁ ଖସିଥିବା ଦେଖାଯାଏ। ଏହା ଶୁଭଙ୍କର ନୁହେଁ ବୋଲି କୁହାଯାଏ। ଏହା ଅଯଥାରେ ଟଙ୍କା ଖର୍ଚ୍ଚ ହେବାର ସଙ୍କେତ ଦେଇଥାଏ। ଏହାସହ ହାତରୁ ବାରମ୍ବାର ଭୋଜନ ଖସିବାର ଅର୍ଥ ଭୋଜନ ପ୍ରତି ଯଥେଷ୍ଟ ଆଗ୍ରହ ଓ ଏକାଗ୍ରତା ନଥିବା କୁହାଯାଏ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ଥାଏ। ତେଣୁ ଖାଦ୍ୟ ପରଷିବା ସମୟରେ ସର୍ବଦା ଧ୍ୟାନ ସହ ପରଷନ୍ତୁ। ଭୋଜନର ସର୍ବଦା ଆଦର ଓ ସମ୍ମାନ କରନ୍ତୁ।
ଭୋଜନ କରିବା ସମୟରେ କୁକୁର ମୁଣ୍ଡ ତଳକୁ କରି ଠିଆ ହୋଇ ବାହାରେ ରହିଲେ ସେହି ସମୟରେ ଭୋଜନ କରିବା ଉଚିତ ନୁହେଁ।
ଅନେକ ସମୟରେ ଖାଦ୍ୟ ଖାଇବା ସମୟରେ ସେଥିରୁ କେଶ ବାହାରିବା ଦେଖାଯାଏ। ଏଭଳି ଥରେ ଦୁଇ ଥର ହେବା ବଦଳରେ ବାରମ୍ବାର ହେଲେ ଏହା ଅଶୁଭ ବୋଲି କୁହାଯାଏ। ଏହା ରୋଗଗ୍ରସ୍ତ କିମ୍ବା ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହେବାର ସଙ୍କେତ ଦେଇଥାଏ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories