www.samajalive.in
Sunday, December 7, 2025
14.1 C
Bhubaneswar

ଏହି ସମୟରେ ଖାଆନ୍ତୁ ମୂଳା ; ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ

ମୂଳା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ବିଶେଷ କରି ଶୀତଦିନେ ଏହାର ସେବନ କରିବା ଆବଶ୍ୟକ। ମାତ୍ର କେଉଁ ସମୟରେ ସେବନ କଲେ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଓ କ୍ଷତିକାରକ ହୋଇଥାଏ। ଜାଣନ୍ତୁ..
ମୂଳା ଦିନ ସମୟରେ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଏହାକୁ ସାଲାଡ କିମ୍ବା ଅନ୍ୟ ପନିପରିବା ଭଳି ଭଜା କିମ୍ବା ଅନ୍ୟ ବ୍ୟଞ୍ଜନ ଭଳି ପ୍ରସ୍ତୁତ କରି ଖାଇପାରିବେ। ଶୀତରେ ଏହାର ସେବନ ଦ୍ୱାରା ଶରୀରକୁ ଉଷ୍ଣତା ମିଳିଥାଏ।
ସାଲାଡ ଭାବେ ଏହାକୁ ଖାଇବା ସମୟରେ ଅନ୍ୟ ପନିପରିବା ମଧ୍ୟ ମିଶାଇ ଖାଆନ୍ତୁ।
ରାତିରେ ମୂଳା ସେବନ କରିବା ଉଚିତ ନୁହେଁ ବୋଲି କୁହାଯାଏ। ଏହାଦ୍ୱାରା ଶରୀର ସହ ଜଡିତ ଅନେକ ସମସ୍ୟା ସୃଷ୍ଟି ହୋଇପାରେ।
ରାତିରେ ମୂଳା ସେବନ କରିବା ଦ୍ୱାରା ଶରୀରରେ ହେଉଥିବା ବିଭିନ୍ନ ଯନ୍ତ୍ରଣା ବୃଦ୍ଧି ପାଇବାର ସମ୍ଭାବନା ଥାଏ। ଏହାସହ ନିମ୍ନ ରକ୍ତଚାପ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ।
ଆଣ୍ଠୁଗଣ୍ଠି ପିଠି ଓ ଶରୀରର ଅନ୍ୟ ସ୍ଥାନରେ ଯନ୍ତ୍ରଣା ଥିଲେ ଦିନ ସମୟରେ ମୂଳା ସେବନ କରନ୍ତୁ। ମାତ୍ର ରାତି ସମୟରେ ଖାଇଲେ ଏହି ସମସ୍ୟା ବୃଦ୍ଧି ପାଇଥାଏ।
ରାତିରେ ମୂଳା ସେବନ କରିବା ଦ୍ୱାରା ପେଟ ଫୁଲିବା,ଛାତିରେ ଜଳାପୋଡା ଭଳି ସମସ୍ୟା ହୋଇଥାଏ। ଖାଦ୍ୟ ଭଲ ଭାବେ ହଜମ ହୋଇନଥାଏ।
ରାତିରେ ମୂଳା ସେବନ କରିବା ଦ୍ୱାରା ଏହା ଥାଇରଏଡ୍‌‌ ହରମୋନ୍‌‌କୁ ଅସନ୍ତୁଳିତ କରିଥାଏ।
ଖାଲିପେଟରେ ମଧ୍ୟ ମୂଳା ଖାଆନ୍ତୁ ନାହିଁ। ଏଥିରେ ଆଇରନର ମାତ୍ରା ଅଧିକ ଥାଏ। ଯାଦ୍ୱାରା ପେଟରେ ଯନ୍ତ୍ରଣା,ଗ୍ୟାଷ୍ଟ୍ରିକ ଭଳି ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ରାତିରେ ମୂଳା ପରଟା ଖାଇବା ଦ୍ୱାରା ପେଟ ବ୍ୟଥା, କୋଷ୍ଠକାଠିନ୍ୟ ସମସ୍ୟା ହୋଇଥାଏ। ଚା’ କିମ୍ବା କ୍ଷୀର ସହ ମଧ୍ୟ ଖାଆନ୍ତୁ ନାହିଁ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories