www.samajalive.in
Monday, December 15, 2025
27.1 C
Bhubaneswar

ଦିଲ୍ଲୀରେ ଇରାକି ନାଗରିକଙ୍କ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଲୁଟେରା ଝାମ୍ପି ନେବାରୁ ହୃଦଘାତରେ ମୃତ୍ୟୁ

ନୂଆଦିଲ୍ଲୀ – ଚିକିତ୍ସା ପାଇଁ ଦିଲ୍ଲୀ ଆସିଥିବା ଇରାକି ନାଗରିକଙ୍କ ଟଙ୍କା ଭର୍ତ୍ତି ବ୍ୟାଗକୁ ପୁଲିସ ଭାବେ ପରିଚୟ ଦେଇ କିଛି ଠକ ଝାମ୍ପି ନେଇଥିଲେ । ଏହାପରେ ୬୩ ବର୍ଷିୟ ନାଗରିକଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଛି।

ଫରିସ ଆବାସ ଏବଂ ତାଙ୍କ ପତ୍ନୀ ଦିଲ୍ଲିକୁ ଚିକିତ୍ସା ପାଇଁ ଆସିଥିଲେ । ଆବାସଙ୍କ ନିକଟରେ ୧୫ ହଜାର ଆମେରିକୀୟ ଡଲାର ବା ପ୍ରାୟ ୧୨.୪ ଲକ୍ଷ ଟଙ୍କା ଥିଲା . ଏକ ହୋଣ୍ଡା ସିଟି କାରରେ ଦୁଇ ଜଣ ବ୍ୟକ୍ତି ଆସି ସେମାନେ ପୁଲିସ ବୋଲି ପରିଚୟ ଦେଇଥିଲେ। ଏହାପରେ ସେମାନେ ତାଙ୍କୁ ଯାଞ୍ଚ କରିବା ପାଇଁ କହିଥିଲେ । ତାଙ୍କ ନିକଟରେ ନିଶା ଦ୍ରବ୍ୟ ଥିବା କଥା କହି ତାଙ୍କ ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଥିଲେ । ଆବାସ ତାଙ୍କର ପିଛା କରିଥିଲେ । ମାତ୍ର ୨୦ ମିଟରେ ଯିବା ପରେ ଆବାସ ତଳେ ପଡିଯିବା ସହ ଥରିଥିଲେ ।

- Advertisement -

ସେ ରହୁଥିବା ହୋଟେଲ୍‌ର କର୍ମଚାରୀମାନେ ସେଠାରେ ପହଞ୍ଚ ଆବାସଙ୍କୁ ଉଦ୍ଧାର କରି ହୋଟେଲ୍‌କ ନେଇଥିଲେ । ପରେ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସମାନ ଢଙ୍ଗରେ ଗାତ ମାର୍ଚ୍ଚ ଏବଂ ସେପ୍ଚେମ୍ବର ମାସରେ ବିଦେଶରୁ ଆସିଥିବା ନାଗରିକଙ୍କ ଠାରୁ ଟଙ୍କା ଚୋରି ହୋଇଥିଲା ।

ପୁଲିସ ଆଜି ପର୍ଯ୍ୟନ୍ତ ସେହି ଠକ ଚୋରମାନଙ୍କୁ ଧରିବାରେ ସଫଳ ହୋଇପାରି ନାହିଁ । ସେହି ଚୋରିର ମଧ୍ୟ ସମାନ ରଙ୍ଗର ହୋଣ୍ଡା ସିଟି କାର୍‌ ବ୍ୟବହାର କରାଯାଇଥିଲା ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories