www.samajalive.in
Monday, December 15, 2025
16.1 C
Bhubaneswar

ଦୀପାବଳୀରେ ଅଳ୍ପକେ ବର୍ତ୍ତିଲେ ଗାଈବାଛୁରୀ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର ଗାଁରେ ଦୀପାବଳୀ ପାଳୁଥିବା ବେଳେ ଅଚାନକ ଗାଈ ଗୁହାଳରେ ନିଆଁ ଲାଗି ଅଳ୍ପକରେ ଗାଈ ବାଛୁରୀ ବର୍ତ୍ତିଯାଇଥିବା ଦେଖିବାକୁ ମିଳିଛି । ଜଗନ୍ନାଥ ପୁର ଗାଁ ଛକ ରେ ଥିବା କେଶବ ନେମାଲପୁରୀଙ୍କ ଚାଳଛପର ଗାଈଗୁହାଳରେ ଗାଈ ବାଛୁରୀ ବାନ୍ଧି ରଖିଥିଲେ ।ବାଣ ଫୁଟାଇବା ବେଳେ ଅଚାନକ ଚାଳରେ ବାଣ ପଡି ନିଆଁ ଲାଗିଯାଇଥିଲା । ଏହାକୁ କିଛି ଯୁବକ ଦେଖି ନିଆଁକୁ ଆୟତ କରିଥିଲେ । ଯାହାଫଳରେ ଗୁହାଳରେ ଥିବା ଗାଈବାଛୁରୀ ଅଳ୍ପକରେ ବଞ୍ଚି ଯାଇଥିଲେ ।
ଏହି ବ୍ଲକରେ ଅନେକ ଲୋକ ଗୋଶାଳା ପାଇବା ପରେ ଗୋଶାଳା ତିଆରି କରି ସମ୍ପୁର୍ଣ୍ଣ ସରକାର ଟଙ୍କା ପାଇବା ପରେ ପ୍ରାୟ କିଛି ଲୋକ ଉକ୍ତ ଗୋଶାଳାର ସୂଚନା ଫଳକ ଲିଭାଇ ମଣିଷ ଗୋଶାଳା କରୁଥିବା ଦେଖିବାକୁ ମିଳୁଛି ।ଏଥିରେ ସମ୍ପୃତ ଥିବା ପ୍ରଶାସନ ଅଧିକାରୀ ମାନେ ସଠିକ ତଦାରଖ ନ କରି ମନ ଇଛା ଲୋକଙ୍କୁ ଗୋଶାଳା ଯୋଗାଇଥିବା ଯୋଗୁଁ ପ୍ରକୃତ ହିତାଧିକାରୀ ବାଦ ପଡିବା ଶହ ସରକାର ନିନ୍ଦିତ ହୋଇ କୋଟି କୋଟି ଟଙ୍କା ପାଣିରେ ପଡୁଛି । ଏଥି ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ସଠିକ ତଦନ୍ତ କରି ଏହାର ଭିଜିଲାନ୍ସ ତଦନ୍ତ କରାଗଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ବ୍ଲକ ବାସୀ ଅଭିଯୋଗ କରିଛନ୍ତି ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories