ବାରହା ମାଂସ ସହ ୨ ଶିକାରୀ ଗିରଫ, ଧନୁତୀର ଜବତ

ଠାକୁରମୁଣ୍ଡା: କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନାଞ୍ଚଳରେ ବାରହା ଶିକାର ଘଟଣାରେ  ବନବିଭାଗ ୨ ଜଣ ଶିକାରୀଙ୍କୁ ଗିରଫ କରିଛି । ତାହାସହ ସେମାନଙ୍କ ଠାରୁ ମାଂସ ଓ ଧନୁତୀର ଜବତ କରିଛି । ଅଭିଯୁକ୍ତ ଦୁଇ ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ଶିକାରୀଙ୍କ ନିକଟରୁ ୮୦୦ ଗ୍ରାମ ବାରହା ମାଂସ ଜବତ କରାଯିବା ସହିତ ଶିକାରରେ ବ୍ୟବହୃତ ଧନୁ ଓ ତୀରକୁ ଜବତ କରିଛି ବିଭାଗ । ଶାଳଚୁଆ ଫୋରେଷ୍ଟ ବିଟ ଅନ୍ତର୍ଗତ କୋରଡାପାଳ ସଂରକ୍ଷିତ ଜଙ୍ଗଲ କମ୍ପାର୍ଟମେଂଟ ନମ୍ବର ୧ରୁ ଶିକାରୀ ମାନେ ବାରହାକୁ ଶିକାର କରି ମାଂସ ଭାଗବାଣ୍ଟ କରି ନେଇଥିଲେ । ଏନେଇ ଖବର ପାଇ ବନକର୍ମଚାରୀ ମାନେ କୋରଡାପାଳ ଗ୍ରାମର କୁନା ହୋ ଓ ସୀତା ରାମ ହୋ ଦୁଇ ଜଣଙ୍କୁ ଗିରିଫ କରିବାରେ ସଫଳ ହୋଇଛି ।

 

kalyan agarbati

Comments are closed.