www.samajalive.in
Sunday, December 14, 2025
17.1 C
Bhubaneswar

ଓହରିଲେ ଜନସନ୍‌, ଋଷି ସନକ୍‌ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଦୌଡରେ ଆଗରେ

ଲଣ୍ଡନ – ବ୍ରିଟେନ୍‌ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପାଇଁ ଚାଲିଥିବା ପ୍ରତିଦ୍ୱନ୍ଦିତାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସ୍‌ ଓହରି ଯାଇଛନ୍ତି । ତାଙ୍କ ନିକଟରେ ସମର୍ଥନ ଥିଲେ ବି ଦଳର ଏକତା କାରଣରୁ ସେ ଏଥିରୁ ଓହରି ଯାଇଥିବା କଥା ପ୍ରକାଶ କରିଛନ୍ତି । ତେବେ ତାଙ୍କ ନିକଟରେ ଋଷି ସୁନାକଙ୍କ ଠାରୁ କମ୍‌ ସାଂସଦଙ୍କର ସମର୍ଥନ ଥିଲା ।

ଏବେ ବ୍ରିଟେନ୍‌ରେ କଞ୍ଜରଭେଟିଭ୍‌ ପାର୍ଟି ଶାସନରେ ରହିଛି । ବୋରିସ୍‌ ଇସ୍ତଫା ଦେବା ପରେ ଲିଜ୍ ଟ୍ରସ ଅଧିକ ଭୋଟ୍‌ ପାଇ ପ୍ରଧାନମନ୍ତ୍ରୀ ହୋଇଥିଲେ । ଋଷି ବେଶ୍‌ ଭଲ ପ୍ରତିଦ୍ୱନ୍ଦିତା କରିଥିଲେ ମଧ୍ୟ ହାରିଯାଇଥିଲେ । ପ୍ରଧାନମନ୍ତ୍ରୀ ହେବାପରେ ଲିଜ୍‌ ବେଶୀ ଦିନ ତିଷ୍ଠି ପାରି ନଥିଲେ ।

- Advertisement -

ରବିବାର ସନକ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ଦୌଡରେ ସାମିଲ ହୋଇଛନ୍ତି। ଏହା ସହିତ ତାଙ୍କ ସପକ୍ଷରେ ଶାସକ କଞ୍ଜରଭେଟିଭ୍ ପାର୍ଟିର ୧୦୦ ସାଂସଦଙ୍କ ସମର୍ଥନ ରହିଛି। ଗତ ସପ୍ତାହରେ ଲିଜ୍ ଟ୍ରସ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବ୍ରିଟେନରେ ପୁନର୍ବାର ପ୍ରଧାନମନ୍ତ୍ରୀ ପଦ ଲାଗି କଞ୍ଜରଭେଟିଭ୍ ପାର୍ଟିରେ ନିର୍ବାଚନ ଅନୁଷ୍ଠିତ ହେବ। ସେପ୍ଟେମ୍ବରରେ ହୋଇଥିବା ପ୍ରଧାନମନ୍ତ୍ରୀ ପଦ ନିର୍ବାଚନରେ ମଧ୍ୟ ଋଷି ସନକ ସାମିଲ ହୋଇଥିଲେ। ନିର୍ବାଚନର ଚୂଡାନ୍ତ ପର୍ଯ୍ୟାୟକୁ ସନକ ଯାଇଥିଲେ। ମାତ୍ର ଶେଷରେ ସେ ଲିଜ୍ ଟ୍ରସଙ୍କ ଠାରୁ ପରାସ୍ତ ହୋଇଥିଲେ। ସେପ୍ଟେମ୍ବର ୫ରେ ଶେଷ ପର୍ଯ୍ୟାୟ ନିର୍ବାଚନରେ ଲିଜ୍ ୮୧,୩୨୬ଟି ଭୋଟ ପାଇଥିବାବେଳେ ସନକ ୬୦,୩୯୯ଟି ଭୋଟ ପାଇଥିଲେ। ଗତ ମେ ମାସରେ ସନକ ଘୋଷଣା କରିଥିବା ସମ୍ପତ୍ତି ତାଲିକା ଅନୁଯାୟୀ ସେ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ପାଖରେ ୭୩୦ ନିୟୁତ ଡଲାରର ସମ୍ପତ୍ତି ରହିଛି। ଏହାଦ୍ବାରା ସେ ବ୍ରିଟେନର ୨୨ତମ ଧନୀ ବିବେଚିତ ହୋଇଥିଲେ। ସନକଙ୍କ ବ୍ୟତୀତ ପେନ୍ନି ମୋରଡାଣ୍ଟ ପ୍ରାର୍ଥୀ ହୋଇଛନ୍ତି ।

ଶାସକ ଦଳରୁ ଯଦି ଜଣେ ପ୍ରାର୍ଥୀ ହୁଅନ୍ତି ଓ ତାଙ୍କ ପଛରେ ୧୦୦ ସାଂସଦଙ୍କ ସମର୍ଥନ ରହେ ତେବେ ସେ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବେ। ଯଦି ଦଳରେ ଏକାଧିକ ପ୍ରାର୍ଥୀ ରୁହନ୍ତି ତେବେ ନିର୍ବାଚନ ଅନୁଷ୍ଠିତ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories