ନୂତନ ପେନସନ୍ ନୀତିକୁ ନେଇ ଏନପିଏସ୍ ଶିକ୍ଷକ ମହଲରେ ଅସନ୍ତୋଷ

ରେଙ୍ଗାଲି :  ସମସ୍ତ ଶିକ୍ଷକ ପୁରୁଣା ପେନସନ୍ ପାଇବା ଅଧିକାର ଥିବା ସରକାରୀ ଶିକ୍ଷକମାନଙ୍କୁ ସେଥିରୁ ବଞ୍ଚିତ କରିବା ଦୁର୍ଭାଗ୍ୟ ଜନକ ବୋଲି ରେଙ୍ଗାଲି ବ୍ଳକର ନୂତନ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ ଶିକ୍ଷକ ମାନଙ୍କ ପକ୍ଷରୁ କ୍ଷୋଭ ପ୍ରକାଶ କଜରାଯାଇଛି । ସରକାର ଏହାର ପୁର୍ନବିଚାର ନକଲେ ଅଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଳମ୍ୱନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ରବିବାର ରେଙ୍ଗାଲି ସ୍ଥିତି ନୁଆଁ ରମ୍ପେଲା ହାଇସ୍କୁଲ ପରିସରରେ ଏସଂକ୍ରାନ୍ତରେ ଆଲୋଚନା କରିବାକୁ ଲିଙ୍ଗରାଜ ଦୀପଙ୍କ ସଭାପତିତ୍ୱରେ ଏନପିଏସ୍ ଶିକ୍ଷକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସରକାର ନୂତନ ପେନସନ୍ ନୀତି ଏବଂ ଚୁକ୍ତି ଭିତ୍ତିକ ନିଯୁକ୍ତିକୁ ଉଠାଇ ୬ବର୍ଷର ଚାକିରୀ କାଳକୁ ମୂଳ ଚାକରୀ ସହିତ ଯୋଗ କଲେ ଓ ୫ଟି ଜାତୀୟ ଇନକ୍ରିମେଣ୍ଟ ଦେବାକୁ ଘୋଷଣା କଲେ । କିନ୍ତୁ ଏଥିରୁ ଏନପିଏସ୍ ଶିକ୍ଷକ, ଜୁନିୟର ଶିକ୍ଷକ, ଶିକ୍ଷା ସହାୟକ, ଏକ୍ସ କ୍ୟାଡର୍ ଶିକ୍ଷକଙ୍କୁ ଏହି ସୁବିଧାରୁ ବଞ୍ଚିତ କରାଯାଇଥିବାରୁ ବୈଠକରେ ଏହି ନିୟମ ପ୍ରାଥମିକ ଶିକ୍ଷକ ମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବର ପରିଚାୟକ ବୋଲି ବୈଠକରେ କ୍ଷୋଭ ପ୍ରକାଶ କରାଯାଇଛି । ଏହି ପରିପ୍ରେକ୍ଷୀରେ ସରକାର ଏହାର ପୁର୍ନବିଚାର କରି ପୁରୁଣା ପେନସନ୍ ଲାଗୁ କରିବା ସହିତ ୫ଟି ଜାତିୟ ଇନକ୍ରିମେଣ୍ଟ ପ୍ରଦାନ କରିବାଏବଂ ୬ବର୍ଷର ଚୁକ୍ତି ଭିତ୍ତିକ ନିଯୁକ୍ତି ଅବଧିକୁ ମୂଳ ଚାକିରୀ ସହିତ ଯୋଗ କରି ଜୁନିୟର ଶିକ୍ଷକ ଏବଂ ଶିକ୍ଷା ସହାୟକ ମାନଙ୍କୁ ନିୟମିତ କରିବାକୁ ଦାବି କରାଯାଇଛି । ଏହାବ୍ୟତୀତ ଏକ୍ସ କ୍ୟାଡର ଶିକ୍ଷକଙ୍କ କ୍ୟାଡରରେ ସାମିଲ କରିବାକୁ ମଧ୍ୟ ଦାବି କରାଯାଇଛି । ବୈଠକ ରେ ବ୍ଳକର ବିଭିନ୍ନ ସ୍କୁଲରେ ଶିକ୍ଷକତା କରୁଥିବା ୬୫ରୁ ଅଧିକ ଶିକ୍ଷକ-ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।

kalyan agarbati

Comments are closed.