www.samajalive.in
Saturday, December 13, 2025
21.1 C
Bhubaneswar

ଜିଲ୍ଲାସ୍ତରୀୟ ଅମିନ ସଂଘ ବୈଠକ 

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଅମିନ ସଂଘ ସାଧାରଣ ସଭା ସ୍ଥାନୀୟ ବଳରାମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଇଯାଇଛି । ଏହି ଉପଲକ୍ଷେ ଅମିନ ସଂଘ ଜିଲ୍ଲା ସଭାପତି ରାକେଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲାର ବିଭିନ୍ନ ତହସିଲରେ କାମ କରୁଥିବା ଅମିନ ମାନେ ଯୋଗଦେଇ ବିଭିନ୍ନ ପ୍ରକାର ଦାବି ଆପ‌ତ୍ତି ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

ଏହି ଆଲୋଚନାରେ ମୁଖ୍ୟତଃ ଅମିନ ମାନଙ୍କର ସ୍ୱତନ୍ତ୍ର କାର୍ଯ୍ୟତାଲିକା ସଂଶୋଧନ ଗ୍ରେଡ ପେକୁ ୧୮୦୦ରୁ ୨୮୦୦କୁ ବୃଦ୍ଧି ଓ ଅମିନ ମାନଙ୍କର ତହସିଲ ଡାଟାବେସରେ ସ୍ୱତନ୍ତ୍ର ଆଇଡି ଜରିଆରେ କାର୍ଯ୍ୟ ସଂମ୍ପାଦନ କରିବା ଆଦି ସ୍ଥାନ ପାଇଥିଲା । ଏଥିରେ ସାହୁ, ଦୁଷ୍ମନ୍ତ ଖିଲାର, ଦୀପ୍ତିରଞ୍ଜନ ସାହୁ, ଦାଶରଥି ସାହୁ,ରାକେଶ ସେଠୀ, ଦୁଲେଇ କିଶାନ, ତସ୍ନିମ୍ ବାନୁ ବେଗମ, ଅସ୍ମିନ ସାମଲ , ନିରାକାର ସିଂହ, ଦିନେଶ ସାହୁ, ହାଡିବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ସଭା କାର୍ଯ୍ୟ ସମ୍ପାଦନ କରିଥିଵା ବେଳେ ସମ୍ପାଦକ ବାବୁଗଡ ରାମମିତ୍ର ଧନ୍ୟବାଦ ଦେଇଥିଲେ l

Hot this week

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

Related Articles

Popular Categories