www.samajalive.in
Monday, December 15, 2025
27.1 C
Bhubaneswar

ଐତିହ୍ୟସ୍ଥଳୀକୁ ପଦଯାତ୍ରା ଓଡ଼ିଶାର କଳା,ସଂସ୍କୃତି, ଉଚ୍ଚ ପରମ୍ପରା ଆଦିକୁ ଉଜ୍ଜୀବିତ କରିବା ପାଇଁ ଉଦ୍ଦିଷ୍ଟ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିିସି) ପକ୍ଷରୁ ଓଡ଼ିଶା ଐତିହ୍ୟ ପଦଯାତ୍ରା (ଓଡ଼ିଶା ୱାକ୍ସ) କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି । ପୁରାତନ ଐତିହ୍ୟ ପୀଠ ସହିତ ସଂପର୍କ ଯୋଡ଼ିବାର ଏହି କାର୍ଯ୍ୟକ୍ରମ ପ୍ରତି ସପ୍ତାହରେ ଶୁକ୍ରବାରଠାରୁ ରବିବାର ତିନିଦିନ ଧରି ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ଆଜି ଭୁବନେଶ୍ୱର ପର୍ଶୁରାମେଶ୍ୱର ମନ୍ଦିରଠାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଓଟିଡ଼ିସିର ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଥିଲେ । ଖ୍ୟାତନାମା ଓଡ଼ିଆ ସେଲିବ୍ରିଟି ସମୀର ରିଶୁ ମହାନ୍ତି ଅତିଥି ଭାବେ ଯୋଗଦେଇଥିଲେ ।
ଏହି ଅବସରରେ ଓଟିଡ଼ିସି ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି କହିଲେ ଯେ, ଏହି ଯାତ୍ରା ଓଡ଼ିଶାର କଳା,ସଂସ୍କୃତି, ଉଚ୍ଚ ପରମ୍ପରା ଆଦିକୁ ଉଜ୍ଜୀବିତ କରିବା ପାଇଁ ଉଦ୍ଦିଷ୍ଟ । ଆମ ରାଜଧାନୀରେ ପ୍ରସିଦ୍ଧ ସ୍ଥାପତ୍ୟ ବହନ କରୁଥିବା ମୁକ୍ତେଶ୍ୱର ମନ୍ଦିର, ଲିଙ୍ଗରାଜ ମନ୍ଦିର ଓ ଧଉଳି ଇତ୍ୟାଦି ପର୍ଯ୍ୟଟନ ଦୃଷ୍ଟିକୋଣରୁ ଅଧିକ ପରିଚିତ ଥିଲେ ମଧ୍ୟ ଏଠାରେ ଲୋକଲୋଚନକୁ ଆସିନଥିବା ବହୁ ମନ୍ଦିର ଓ ପ୍ରାଚୀନ କୀର୍ତ୍ତିରାଜି ରହିଛି, ଯାହା ପର୍ଯ୍ୟଟକ ଓ ଜନସାଧାରଣଙ୍କ ଦୃଷ୍ଟିଗୋଚରକୁ ଆସିବାର ଆବଶ୍ୟକତା ରହିଛି ।
ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ନିର୍ଦ୍ଦେଶକ ତଥା ଓଟିଡ଼ିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଯାଦବ କହିଲେ ଯେ ଓଡ଼ିଶାର ପ୍ରାଚୀନ କୀର୍ତ୍ତିରାଜି ଓ ଐତିହ୍ୟକୁ କେବଳ ପର୍ଯ୍ୟଟନର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ନୁହେଁ, ବରଂ ସ୍ଥାନୀୟ ଜନସାଧାରଣଙ୍କୁ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା ସଂପର୍କରେ ଅବଗତ କରାଇବା ଓ ସଚେତନ କରାଇବା ନିମନ୍ତେ ଆମର ଲକ୍ଷ୍ୟ ରହିଛି ।
ଆଜି ଦୁଇ ଘଣ୍ଟା ଧରି ଅନୁଷ୍ଠିତ ହୋଇଥିବା ଏହି ଐତିହ୍ୟ ପଦଯାତ୍ରାରେ ପଦଯାତ୍ରୀମାନେ ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର, କେଦାରଗୌରୀ ମନ୍ଦିର, ଶୁକସାରୀ ମନ୍ଦିର, ବୈତାଳ ଦେଉଳ ଏବଂ ଏକାମ୍ର ବନ ପରିଭ୍ରମଣ କରିଥିଲେ । ଏହି ଐତିହ୍ୟ ପଦଯାତ୍ରାରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଉପରେ ଆଗ୍ରହ ରଖୁଥିବା ଭୁବନେଶ୍ୱରର ୫୦ରୁ ଊର୍ଦ୍ଧ୍ୱ ବିଭିନ୍ନ ବର୍ଗର ଜନସାଧାରଣ ଯୋଗଦେଇଥିଲେ। ଜିତୁ ମିଶ୍ର୍ର ଏବଂ ରୋଜାଲିନ୍‌ ମିଶ୍ର ଏହି ପଦଯାତ୍ରା କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories