ଜେଜେ ମାଆ, ବାପାଙ୍କ କାନ୍ଧରେ ନାତୁଣୀ ବୋଝ, ଅସହାୟ ଅବସ୍ଥାରେ ୨ଭଉଣୀ

ହରଭଙ୍ଗା : ମାଆ ଡାକ ଶୁଣିବା ପୂର୍ବରୁ ଆଖିବୁଜିଲେ ଜନ୍ମଦାତ୍ରୀ ମାଆ। ମାଆର ମୃତ୍ୟୁପରେ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଲେ ଦୁଇ ଭଉଣୀ ନନ୍ଦିନୀ ଆଉ ଚନ୍ଦିନୀ।ବାପାଙ୍କ ଖୋଜଖବର ନଥିବାବେଳେ ଏବେ ଦୁଇ ଭଉଣୀଙ୍କ ବୋଝ ମୁଣ୍ଡେଇଛନ୍ତି ଦୁଇ ଜେଜେ ମାଆ ଏବଂ ଜେଜେ ବାପା। ଏଭଳି ଏକ ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ବୁକେଶିଙ୍ଗା ଗ୍ରାମରେ। ବୁକେଶିଙ୍ଗା ଗ୍ରାମର ବଶିଷ୍ଠ ବେହେରାଙ୍କ ଝିଅ ତପସ୍ୟାଙ୍କ ଦୁଇ ଝିଅ ହେଉଛନ୍ତି ନନ୍ଦିନୀ ଆଉ ଚନ୍ଦିନୀ। ସାନଝିଅ ଜନ୍ମ ପରେ ମାଆର ମୃତ୍ୟୁ ହୋଇଥିଲା। ସେତିକି ବେଳେ ବଡ ଝିଅ ମଧ୍ୟ ଦୁଇ ଅଢେଇବର୍ଷର ହୋଇଥିଲା। ଦୁଇବର୍ଷତଳେ ଏଭଳି ଦୁଇ କୋମଳମତି ଶିଶୁଙ୍କୁ ଛାଡି ମାଆ ତପସ୍ୟା ଆରପାରିକୁ ଚାଲିଗଲେ। ଫଳରେ ଦୁଇ ବୃଦ୍ଧ-ବୃଦ୍ଧା ଜେଜେ ମାଆ,ବାପାଙ୍କ କାନ୍ଧରେ ଏମାନେ ଏବେ ବୋଝ ପାଲଟିଛନ୍ତି। ଶୈଶବ ଅବସ୍ଥାରେ ଦୁନିଆକୁ ଚିହ୍ନିବା ପୂର୍ବରୁ ଅସହାୟ ଅବସ୍ଥାରେ ଦିନକାଟୁଥିବା ଏହି ଦୁଇ ଶିଶୁଙ୍କ ଥଇଥାନ ଏବଂ ପାଠପଢା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସମାଜସେବୀ ପ୍ରମୋଦ କୁମାର ପ୍ରଧାନ ଦାବୀ କରିଛନ୍ତି । ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବୀ ହେଉଛି।

kalyan agarbati

Comments are closed.