www.samajalive.in
Sunday, December 14, 2025
16.1 C
Bhubaneswar

ବିନା ଲଢ଼େଇରେ ଓସିଏ ନିର୍ବାଚନ : ପ୍ରଣବ ସଭାପତି, ସଞ୍ଜୟ ସମ୍ପାଦକ

କଟକ  : ରାଜ୍ୟର ବିତ୍ତଶୀଳ କ୍ରୀଡ଼ା ସଂଘ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ନିର୍ବାଚନ ବିନା ଲଢେଇରେ ଶେଷ ହେବ । ଏ ନେଇ ଶୁକ୍ରବାର ଅନୁଷ୍ଠିତ ପ୍ରାର୍ଥୀପତ୍ର ଦାଖଲରୁ ସ୍ପଷ୍ଟ ହୋଇଛି । ଆଶୀର୍ବାଦ ବେହେରା ଗୋଷ୍ଠୀଙ୍କ ବିପକ୍ଷରେ ବିରୋଧୀ କୌଣସି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି। ନିର୍ବାଚନ ଲାଗି ବିଭିନ୍ନ ପଦ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଫଳରେ ବିନା ପ୍ରତିଦ୍ବନ୍ଦ୍ବିତାରେ ସମସ୍ତ କର୍ମକର୍ତ୍ତା ନିର୍ବାଚିତ ହେବା ନିଶ୍ଚିତ ହୋଇ ଥିବାବେଳେ ଏବେ ଔପଚାରିକ ଘୋଷଣାକୁ ବାକି ରହିଛି । ଓସିଏ ନିର୍ବାଚନ ଲାଗି ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲର ସମୟ ଧାର୍ଯ୍ୟ କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୬ ଗୋଟି ପଦ ଲାଗି ପ୍ରାର୍ଥୀମାନେ ନାମାଙ୍କନପତ୍ର ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ। ସଭାପତି, ସମ୍ପାଦକ, ଉପ ସଭାପତି, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଓ ଆପେକ୍ସ କାଉନସିଲ ଆଦି ୬ଟି ପଦ ଲାଗି ପ୍ରତ୍ୟେକ ବର୍ଗରେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସଞ୍ଜୟ ବେହେରା  ନିଜର ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଆସି ପୁନର୍ବାର ସମ୍ପାଦକ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ୨୦୧୯ରେ ନିର୍ବାଚିତ ହୋଇଥିବା କର୍ମକର୍ତ୍ତାଙ୍କ ମଧ୍ୟରେ ମାତ୍ର ଦୁଇଜଣ ବାଦ୍‌ ପଡିଥିବାବେଳେ ଗୋଟିଏ ପଦରେ ପରିବର୍ତ୍ତନ ହୋଇଛି । ନୂତନ‌ ଭାବେ ୩ଜଣ ସାମିଲ ହୋଇଛନ୍ତି । ​‌ସଞ୍ଜୟ ୨୦୧୯ରୁ ଓସିଏ ସମ୍ପାଦକ ରହିଥିବାବେଳେ ଶେଷ ଥର ପାଇଁ ଆଗାମୀ ୩ ବର୍ଷ ପାଇଁ ଉକ୍ତ ପଦରେ ରହିବା ନିଶ୍ଚିତ ହୋଇଛି । ସଞ୍ଜୟ ରାଇଜିଂ ଷ୍ଟୁଡେଣ୍ଟ୍‌ସ କ୍ଲବରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ସେହିପରି ସଭାପତି ପଦରେ ପରିବର୍ତ୍ତନ ହୋଇଛି। ସଭାପତି ପଦ ଲାଗି ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରଣବ ଯାଜପୁର ଜିଲାରୁ ପ୍ରାର୍ଥୀ ରହିଛନ୍ତି । ବିଧାୟକ ପ୍ରଣବଙ୍କ ପ୍ରତିନିଧି ସମର୍ଥକଙ୍କ ଗହଣରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପ୍ରଣବ ସନ୍ଧ୍ୟାରେ ଓସିଏ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିବା ବ୍ୟକ୍ତିମାନଙ୍କ ସହ ସାମିଲ ହୋଇଥିଲେ। ବର୍ତ୍ତମାନ ସଭାପତି ରହିଥିବା ପଙ୍କଜ ଲୋଚନ ମହାନ୍ତି ଉପ ସଭାପତି ପଦକୁ ଖସି ଆସିଛନ୍ତି। ପ୍ରଣବ ସଭାପତି ପଦ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ପଙ୍କଜ ଉପ ସଭାପତି ଭାବେ କଟକ ଜିଲାରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସହିପରି ବିକାଶ ଚନ୍ଦ୍ର ପ୍ରଧାନ କୋଷାଧ୍ୟକ୍ଷ ପଦ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିକାଶ ଖୋର୍ଦ୍ଧା ଜିଲାରୁ ପ୍ରାର୍ଥୀ ହୋଇଛନ୍ତି। ଆପେକ୍ସ କାଉନସିଲ ଓ ଯୁଗ୍ମ ସମ୍ପାଦକପଦରେ ପରିବର୍ତ୍ତନ ହୋଇଛି। ମେହତାବ ଖଁାଙ୍କ ସ୍ଥାନରେ ପ୍ରଭାତ କୁମାର ଭୋଳ ସୁନ୍ଦରଗଡର ପ୍ରତିନିଧି ଭାବେ ଯୁଗ୍ମ ସମ୍ପାଦକ ପଦ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆପେକ୍ସ କାଉନସିଲ ସଦସ୍ୟ ଭାବେ ଶୁଭାଶିଷ ସେନାପତିଙ୍କ ସ୍ଥାନରେ ଅନୁଗୋଳ ଜିଲାର ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତ୍ି। ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ ବୈଧ ପ୍ରାର୍ଥୀତ୍ବ ତାଲିକା ପ୍ରକାଶ ପାଇବ। ୨୩ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ୨୮ରେ ଓସିଏ ବାର୍ଷିକ ସାଧାରଣ ପରିଷଦ ବୈଠକରେ ନିର୍ବାଚିତ କର୍ମକର୍ତ୍ତାମାନଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା​‌ କରାଯିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories