www.samajalive.in
Sunday, December 14, 2025
26.1 C
Bhubaneswar

କାର୍ତ୍ତିକେଶ୍ୱର ପୂଜା ଓ ମୁଣ୍ଡନଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ତିଗିରିଆ : ତିଗିରିଆ ବ୍ଲକ ବିନ୍ଧାଣିମା ଗ୍ରାମର କାର୍ତ୍ତିକେଶ୍ୱର ପୂଜା ତଥା ଗ୍ରାମର ଆରାଧ୍ୟା ମା ଲୋଭୀ ଠାକୁରାଣୀଙ୍କ ପ୍ରସିଦ୍ଧ ମୁଣ୍ଡନଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଗ୍ରାମ ବୁଢ଼ୀ ମଙ୍ଗଳାଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ତହସିଲଦାର ପ୍ରମୋଦ କୁମାର ବାସ୍କେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବିନ୍ଧାଣିମା କାର୍ତ୍ତିକେଶ୍ୱରପୂଜା ମହାସଂଘର ସଦସ୍ୟ, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସାହି ପୂଜା କମିଟିର କର୍ମକର୍ତ୍ତା ତଥା ସଦସ୍ୟମାନେ ଉପସ୍ଥିତ ରହି ଯାତ୍ରାକୁ କିଭଳି ଭାବେ ଶାନ୍ତି ଶୃଙ୍ଖଳାର ସହିତ ଜାକଜକମରେ ପାଳନ କରାଯିବ ସେନେଇ ନାନା ନିଷ୍ପତି ଗ୍ରହଣ କରିଛନ୍ତି।
ବିନ୍ଧାଣିମାର କାର୍ତ୍ତିକେଶ୍ୱର ପୂଜା ଯାତ୍ରା ନଭେମ୍ବର ୪ ତାରିଖରୁ ଆରମ୍ଭ ହେବ । ତହିଁ ଆରଦିନ ୫ତାରିଖରେ ବିଳମ୍ବିତ ରାତିରେ ଲୋଭୀ ଠାକୁରାଣୀଙ୍କୁ ମନ୍ଦିର ବିଜେ କରାଯିବ। ଏହାପରେ ନଭେମ୍ବର ୭ତାରିଖ ସକାଳୁ ଲୋଭୀ ଠାକୁରାଣୀଙ୍କ ପ୍ରସିଦ୍ଧ ମୁଣ୍ଡନ ଯାତ୍ରା ଅନୁଷ୍ଠିତ ହେବ । ୯ତାରିଖରେ ସାମୁହିକ ଭସାଣ ପର୍ବ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ପୂଜା ପୂର୍ବରୁ ରାସ୍ତା ମରାମତି, ନିରବଛିନ୍ନ ବିଦ୍ୟୁତ ଯୋଗାଣ, ପରିମଳ ପରିଛନ୍ନତା, ପାନୀୟ ଜଳ ଯୋଗାଣର ସୁବନ୍ଦୋବସ୍ତ ଆଦିକୁ ବୈଠକରେ ଗୁରୁତ୍ୱ ଦିଆଯିବା ସହିତ ବିଭାଗୀୟ ଅଧିକାରୀମାନେ ଏନେଇ ତତ୍ପରତା ପ୍ରକାଶ କରି ଯାତ୍ରାର ଅବ୍ୟବହିତ ପୂର୍ବରୁ କାର୍ଯ୍ୟ ସମ୍ପାଦନ କରିବାକୁ ବୈଠକରେ ନିଷ୍ପତି ହୋଇଛି।
ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ଲୋଭୀ ଠାକୁରାଣୀଙ୍କ ଦର୍ଶନ ତଥା ମୁଣ୍ଡନ ପର୍ବ ସେହିଦିନ ବନ୍ଦ ରଖାଯିବ ଏବଂ ପୂର୍ଣ୍ଣିମାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୭ତାରିଖ ଦିନ ଲୋଭୀ ଠାକୁରାଣୀ ଭକ୍ତମାନଙ୍କୁ ଦର୍ଶନ ଦେବା ସହିତ ସେହିଦିନ ମୁଣ୍ଡନ ପର୍ବ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଛି । ଏହି ବୈଠକରେ ବିନ୍ଧାଣୀମା କର୍ତ୍ତିକେଶ୍ୱର ପୂଜା ମହାସଂଘ ଶାନ୍ତି କମିଟର ସଭାପତି ବିଭୂତି ଭୂଷଣ ବେହେରା, ସରପଞ୍ଚଙ୍କ ପ୍ରତିନିଧି ମାନସ ଜେନା, ସମିତିସଭ୍ୟଙ୍କ ପ୍ରତିନିଧି ଗଗନ ବିହାରୀ ସେଠ, ତିଗିରିଆ ଥାନା ଅଧିକାରୀ ସୂଚିତ୍ରା ଜେନା, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ମନୋଜ ସାହୁ, ସ୍ୱାସ୍ଥ୍ୟ ପରିଦର୍ଶକ ତ୍ରିଲୋଚନ ବାରିକ, ଅଗ୍ନିଶମ ଅଧିକାରୀ ଦୁର୍ଗାଦତ୍ତ ଦାସ ଓ ସମସ୍ତ ସାହି ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories