କୃଷକଙ୍କ ରୋଜଗାର ବଢ଼ାଇବା ଲକ୍ଷ୍ୟରେ ସରକାର ନେଇଥିବା ପଦକ୍ଷେପକୁ ସବୁରି ମହଲରେ ସ୍ବାଗତ କରାଯାଇଛି। ରାଷ୍ଟ୍ରୀୟ ଡାଏରୀ ବିକାଶ ବୋର୍ଡ ଆନୁକୂଲ୍ୟରେ ଏହି ଘୋଷଣା ହୋଇଛି। ଗୋଶାଳା ଖିର ବିକ୍ରି କରି ରୋଜଗାର କରୁଥିବା କୃଷକମାନଙ୍କ ପାଖରୁ ଏଥରକ ଘଷି ମଧ୍ୟ କିଣାଯିବ।
ଏହି ଘଷିକୁ ବିଭିନ୍ନ କାମରେ ଲଗାଯିବ। ଯେମିତିକି ଜୈବିକ ଖାଦ ଉତ୍ପାଦନ କରାଯିବ, ବାୟୋ ଗ୍ୟାସ୍ ତିଆରି ଇତ୍ୟାଦି। ରାଷ୍ଟ୍ରୀୟ ଡାଏରୀ ବିକାଶ ବୋର୍ଡ ଗୋବରରୁ ପ୍ରସ୍ତୁତ ହୋଇଥିବା ଏହି ଜୈବିକ ଖାଦ ଚିହ୍ନଟ ପାଇଁ ଟ୍ରେଡମାର୍କ ପଞ୍ଜୀକୃତ କରିଛନ୍ତି।



