www.samajalive.in
Sunday, December 14, 2025
19.1 C
Bhubaneswar

୧୯୪୭ ମସିହାରେ ସ୍ଥାପିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଛ ମୂଳେ ପଢ଼ୁଛନ୍ତି ଛାତ୍ରଛାତ୍ରୀ

ପାଟଣା -ଦେଶ ସ୍ବାଧୀନତା ପାଇବା ପରେ ପରେ ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ମୁଖ୍ୟାଳୟରେ ସ୍ଥାପିତ ହୋଇଥିବା ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ବର୍ଷ ହେଲା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପରିଣତ ହୋଇଛି। ଏଠାରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯାଉଛି। ପ୍ରଥମରୁ ଅଷ୍ଟମ ଯାଏ ଏଠାରେ ମୋଟ ୨୮୧ ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ବିଦ୍ୟାଳୟରେ ୪୦ ଶଯ୍ୟା ବିଶିଷ୍ଟ ସ୍ୱଳ୍ପବ୍ୟୟୀ ଛାତ୍ରାବାସ ମଧ୍ୟ ରହିଛି। ଦୁର୍ଭାଗ୍ୟର ବିଷୟ ଏହି ଯେ ୧୯୪୭ ଡିସେମ୍ବର ୧୯ ରେ ସ୍ଥାପିତ ବିଦ୍ୟାଳୟରେ ଏଠାରେ ମାତ୍ର ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ୨୮୧ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଥିବାରୁ ଏଠାରେ ଗୁଣାତ୍ମକ ଶିକ୍ଷା କିପରି ସମ୍ଭବ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏପରିକି ଏଠାରେ ନାମକୁ ମାତ୍ର ମାସର ଅଧା ଦିନ ଜଣେ କଳା ଶିକ୍ଷକ ଓ ଜଣେ ଖେଳ ଶିକ୍ଷକ ଅନ୍ୟ ବିଦ୍ୟାଳୟରୁ ଆସି ପାଠ ପଢ଼ାଇବା ସହ ଶାରୀରିକ ଶିକ୍ଷା ପ୍ରଦାନ କରୁଥିଲେ ମଧ୍ୟ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦବୀ ସମ୍ପୂର୍ଣ୍ଣ ଖାଲି ପଡ଼ିଛି। ଦୀର୍ଘ ଦିନ ହେଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ନୂତନ ଶ୍ରେଣୀଗୃହ ନିର୍ମାଣ କରାଯାଉଥିଲେ ମଧ୍ୟ ପ୍ରଧାନଶିକ୍ଷକ ଭରତ ମହାନ୍ତ ବଦଳି ହୋଇଯିବା ପରେ ଏ କାମ ଆଉ ଆଗେଇ ପାରୁନଥିବାରୁ ପ୍ରଥମରୁ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଖରାଦିନେ ଗଛମୂଳେ ଓ ବର୍ଷାଦିନେ ବାରଣ୍ଡାରେ ପାଠ ପଢ଼ାଯାଉଛି। ଶ୍ରେଣୀଗୃହ ଅଭାବ, ଶିକ୍ଷକ ଅଭାବ ମଧ୍ୟରେ ଏଠାରେ ପ୍ରଥମ ଶ୍ରେଣୀରେ ୭ ଜଣ, ଦ୍ଵିତୀୟ ଶ୍ରେଣୀରେ ୧୪ ଜଣ, ତୃତୀୟ ଶ୍ରେଣୀରେ ୨୪ ଜଣ, ଚତୁର୍ଥ ଶ୍ରେଣୀରେ ୩୫ ଜଣ, ପଞ୍ଚମ ଶ୍ରେଣୀରେ ୨୨ ଜଣ, ଷଷ୍ଠ ଶ୍ରଣୀରେ ୫୦ ଜଣ, ସପ୍ତମରେ ୫୫ ଜଣ ଓ ଅଷ୍ଟମ ଶ୍ରେଣୀରେ ୭୪ ଜଣ ଛାତ୍ରଛାତ୍ରୀ ପାଠ କିପରି ପଢ଼ୁଥିବେ ସେ ପ୍ରସଙ୍ଗରେ ଜିଲ୍ଲା ଶିକ୍ଷାଧିକାରୀ ତଦନ୍ତ କରିବାସହ ଖାଲି ପଡ଼ିଥିବା ଶିକ୍ଷକ ପଦ ପୁରଣ ଓ ନୂତନ ଶ୍ରେଣୀଗୃହ ପୂର୍ଣ୍ଣାଙ୍ଗ ପାଇଁ ପଦକ୍ଷେପ ନେବାକୁ ଦାବି ହେଇଛି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories