www.samajalive.in
Monday, December 15, 2025
24.1 C
Bhubaneswar

ଫୁଟବଲ ଦଳକୁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

କାମାକ୍ଷାନଗର: ଚଳିତ ମାସ ୧୧ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ଷ୍ଟାଡିୟମ ଠାରେ ଅନୁଷ୍ଠିତ ୧୭ ବର୍ଷରୁ କମ ଜିଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ କାମାକ୍ଷାନଗର ବ୍ଲକର ବାଳିକା ବର୍ଗରେ ବାଳିକା ଦଳ ପ୍ରଥମ ସ୍ଥାନ ଓ ବାଳକ ବର୍ଗରେ ବାଳକ ଦଳ ଦ୍ବିତୀୟ ସ୍ଥାନ ଅଧିକାର କରିଥିବାରୁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ଦଳଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଭାରପ୍ରାପ୍ତ ଶିକ୍ଷା ଅଧିକାରୀ ଜଗବନ୍ଧୁ ଜେନା ମୁଖ୍ୟଅତିଥି ଭାବେ ଯୋଗ ଦେଇ ସଫଳ ପ୍ରତିଯୋଗୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ଏବଂ ପାଠ ପଢା ସହିତ ଖେଳକୁଦ ସହ ପ୍ରତ୍ୟେକ ଛାତ୍ରଛାତ୍ରୀ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହେବା ଦରକାର ବୋଲି ମତ ବ୍ୟକ୍ତ କରିଥିଲେ।

 

- Advertisement -

ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ଭୋଇ, ଟୁର୍ଣ୍ଣାମେଣ୍ଟର ଜେନେରାଲ ମ୍ୟାନେଜର କ୍ରୀଡା ଶିକ୍ଷକ ପ୍ରତାପ ସାମନ୍ତ, ବାଳକ ଟିମ ମ୍ୟାନେଜର ଦେଵଦତ୍ତ ସାହୁ, ବାଳିକା ଟିମ ମ୍ୟାନେଜର ଗୁପ୍ତେଶ୍ବରୀ ମହାନ୍ତ, ବାଳକ କୋଚ ସନ୍ତୋଷ ମଲ୍ଲିକ, ବାଳିକା କୋଚ ପ୍ରିତିପୁଷ୍ପା ପରିଡା, ଅଫିସିଆଲ ଭାବେ ବାନାର୍ଜୀ ମହାନ୍ତି, ରାମକୃଷ୍ଣ ବେହେରା, ଲକ୍ଷ୍ମଣ ନାୟକ, ସୁଶାନ୍ତ ନାଥ, କ୍ରୀଡା ଶିକ୍ଷକ ସୁରେନ୍ଦ୍ର ସାହୁ, ଶିକ୍ଷୟିତ୍ରୀ ଦେବସ୍ମିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି ବାଳିକା ଦଳର ଖେଳାଳି ମାନଙ୍କ ମଧ୍ୟରୁ ୧୦ ଜଣ କେବଳ ସ୍ଥାନୀୟ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଥିଲେ। ସାଧାରଣ ମହଲରେ ଖେଳାଳିମାନଙ୍କୁ ବେଶ ପ୍ରଶଂସା କରାଯାଇଛି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories