www.samajalive.in
Sunday, December 14, 2025
16.1 C
Bhubaneswar

ପୁଣି ଦାଦନ ଦୁଃଖ: ରାଜକୋଟକୁ ଦାଦନ ଖଟିବାକୁ ଯାଇ ନିଖୋଜ

ଲାଞ୍ଜିଗଡ :ରୋଜଗାର ନ ମିଳିବାରୁ ଅନେକ ଲୋକ ଦାଦନ ମୁହାଁ ହେଉଛନ୍ତି, ଆଉ ଫେରିବା ସମୟରେ କେହି କେହି ଶବ ହେଇ ଫେରୁଛି ତ ଆଉ କିଏ ମାଲିକଙ୍କ ଠାରୁ ଅକଥନୀୟ ନିର୍ଯାତନାର ଶିକାର ହୋଇ ଖଟୁଥିବା ବେଳେ ଆଉ କେହି କେହି ନିଖୋଜ ମଧ୍ୟ ହେଉଛନ୍ତି । ଆଉ ଏହିଭଳି ଏକ ଦୁଃଖଦ ଖବର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ନର୍ଲା ଥାନା ଅନ୍ତର୍ଗତ, ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତର କିଡିଙ୍ଗ ଗ୍ରାମରେ ।

ସୂଚନା ଅନୁଯାୟୀ ଏହି ଗ୍ରାମର ଅଲେଖ ଶବର (୪୮) ନିଜ ଅଞ୍ଚଳରେ କୌଣସି ରୋଜଗାର ନ ମିଳିବାରୁ ଗତ ଅକ୍ଟୋବର ୧୧ ତାରିଖ ଦିନ ଦାଦନ ଖଟିବାକୁ ରାଜକୋଟ ଅଭିମୁଖେ ବାହାରି ୧୩ ତାରିଖ ଦିନ ପହଞ୍ଚିଥିଲେ। ଆଉ ପହଞ୍ଚିବା ପରେ ରାଜକୋଟର କୁଆଡେ ବୁଲାବୁଲି କରିବାକୁ ଯାଇ କେଉଁଆଡେ ନିଖୋଜ ହେଇ ଯାଇଛନ୍ତି । ସେହି ସହରରେ ପୂର୍ବରୁ କାମ କରିଆସୁଥିବା ଗାଁ ଲୋକେ ତଥା ତାଙ୍କ ସାଙ୍ଗରେ ଯାଇଥିବା ଗ୍ରାମର କିଛି ଲୋକ ଫେରିବା ସମୟ ବିଳମ୍ବ ଯୋଗୁଁ ବହୁ ସମୟ ଧରି ପାଖାପାଖି ଅଞ୍ଚଳରେ ଖୋଜା ଖୋଜି କରିବା ପରେ ମଧ୍ୟ ପାଇନଥିଲେ। ଅନ୍ୟପଟେ ଅଲେଖଙ୍କ ସ୍ତ୍ରୀ, ସ୍ୱାମୀର ନିଖୋଜ ଖବର ଶୁଣିବା ପରେ କିଛି ସମୟ ନିମନ୍ତେ ଭାରସାମ୍ୟ ହରେଇ ସ୍ତବ୍ଧ ହେଇଯାଇଥିଲେ। ତେବେ ଅଲେଖ ଶବରଙ୍କ ସ୍ତ୍ରୀ ଏବଂ ତାଙ୍କ ପୁତୁରା ଓ ଭାଇ ୧୬ ତାରିଖ (ରବିବାର) ଅଲେଖ ଶବରଙ୍କ ନିଖୋଜ ମାମଲା ଦାଏର କରିବା ନିମନ୍ତେ ନର୍ଲା ଥାନାର ଦ୍ୱାରସ୍ତ ହେଇଥିବା ଜଣାପଡିଛି। ଅଲେଖ ଶବର ନିଖୋଜର ଆଜକୁ ସପ୍ତାହେ ପରେ ମଧ୍ୟ କୌଣସି ସନ୍ଧାନ ନ ମିଳିବାରୁ ପରିବାର ଲୋକ ବିବ୍ରତ ହେଇପଡ଼ିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories