www.samajalive.in
Saturday, December 6, 2025
23.1 C
Bhubaneswar

ମେଡ଼ିସିନ ଦୋକାନରୁ ଚୋରି ; ୨ ଅଟକ

ଗୋପାଳପୁର :  ଗୋପାଳପୁର ଥାନା‌ ଓ ବ୍ରହ୍ମପୁରରେ ଗତ କିଛି ଦିନ ଧରି ମେଡିସିନ ଷ୍ଟୋର ରୁ ସିରିଜ ଚୋରି ଘଟଣାରେ ଗୋପାଳପୁର ପୁଲିସକୁ ମିଳିଛି ଏକ ବଡ ସଫଳତା। ପୁଲିସ ପକ୍ଷରୁ ଚୋରିରେ ସମ୍ପୃକ୍ତ ୨ ଚୋର ସମେତ ଚୋରା ସାମଗ୍ରୀ ରଖିଥିବା ଅଭିଯୋଗରେ ଜଣକୁ ଥାନାରେ ଅଟକ ରଖି ତଦନ୍ତ ଚାଲୁ ରହିଥିବା ଜଣାପଡିଛି । ଅଟକ ରହିଥିବା ଅଭିଯୁକ୍ତ ମାନେ ହେଲେ ଅନ୍ତରବାଟିଆର ସମୀର କୁମାର ଦୋରା ଓ ରଜତ କୁମାର ଦାସ ଏବଂ ବ୍ରହ୍ମପୁର ବ୍ୟାଙ୍କ କଲୋନୀର ପ୍ରବିଣ କୁମାର ଭୂୟାଁ ବୋଲି ପୁଲିସ ସୂଚନା ଦେଇଛି। ଏହା ସହ ଏମାନଙ୍କ ଠାରୁ ଚୋରି ହୋଇଥିବା ନଗଦ ୧ ଲକ୍ଷ ୪୦ହଜାର ଟଙ୍କା,୮ଟି ମୋବାଇଲ, ଗୋଟିଏ ଲାପଟପ,ଗୋଟିଏ ଲୁହା କଟର୍, ଗୋଟିଏ ଏସେସ ସ୍କୁଟି ସହ ମେଡିକାଲ ସାମଗ୍ରୀ ଜବତ କରିଛି।
ଏହି ଘଟଣାରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଏମ ଶ୍ରବଣ ବିବେକ ମଧ୍ୟ ଗୋପାଳପୁର ଥାନାରେ ପହଞ୍ଚି ଅଭିଯୁକ୍ତ ମାନଙ୍କୁ ଜେରା କରିଥିବା ଜଣାପଡିଛି। ସୂଚନା ଯୋଗ୍ୟ ଯେ ଶନିବାର ରାତିରେ ଆମ୍ବପୁଆ ହାଉସ ବୋର୍ଡ଼ ନିକଟରେ ଥିବା କେସିଏମ ମେଡ଼ିସିନ ଷ୍ଟୋରରୁ ନଗଦ ୩୦ହଜାର ସହ ୨ ଟି ମୋବାଇଲ୍ ଓ ଗୋଟେ ଲାପଟପ୍ ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ଦୋକାନ ମାଲିକ ମନୋଜ କୁମାର ପାଢୀ ରବିବାର ଦିନ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପକାରେ ପୁଲିସ କେସ ନଂ ୨୦୯/୨୨ରେ ଏକ ମାମଲା ରୁଜୁ କରି ଘଟଣା ସ୍ଥଳକୁ ଯାଇ ଯାଞ୍ଚ କରିଥିଲେ।
ଯାଞ୍ଚ ବେଳେ ପୁଲିସ ଚୋରି ହୋଇଥିବା ଲାପଟପର ଲୋକେଶନ ଟ୍ରାକ କରି ଚୋରଙ୍କ ରହିଥିବା ଲୋକେଶନ ଚିହ୍ନଟ କରିଥିଲେ।ଏହି କ୍ରମରେ ପୁଲିସ ପ୍ରଥମେ ସମୀର କୁମାର ଦୋରା କୁ ମାଣ୍ଡିଆ ପଲ୍ଲୀ ଠାରେ କାବୁ କରିଥିବା ବେଳେ ଏଥିରେ ସମ୍ପୃକ୍ତ ରହିଥିବା ଅନ୍ୟ ଜଣେ ଚୋର ଅନ୍ତରବାଟିଆ ର ରଜତ କୁମାର ଦାସ ଙ୍କୁ ରାମଚନ୍ଦ୍ରପୁର ଠାରେ କାବୁ କରିବାରେ ସଫଳ ହୋଇଥିଲେ । ପୁଲିସ କବଜାରେ ପଡିବା ପରେ ସେମାନଙ୍କ ଠାରୁ  ନଗଦ ୧ ଲକ୍ଷ ୪୦ହଜାର ଟଙ୍କା, ୮ଟି ମୋବାଇଲ, ଗୋଟିଏ ଲାପଟପ, ଗୋଟିଏ ଲୁହା କଟର୍, ଚୋରି ରେ ବ୍ୟବହାର କରିଥିବା ଏସେସ ସ୍କୁଟି ଏବଂ ମେଡ଼ିକାଲ ସାମଗ୍ରୀ ଜବତ କରାଯାଇଥିଲା। ସେମାନଙ୍କ ଠାରୁ ଗୋଟେ ଲାପଟପ୍ ଓ ମୋବାଇଲ ରଖିଥିବା ବ୍ରହ୍ମପୁର ବ୍ୟାଙ୍କ କଲୋନୀ ର ଏକ ଦୋକାନୀ ପ୍ରବୀଣ କୁମାର ଭୂୟାଁ କୁ ମଧ୍ୟ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଜେରା ସମୟରେ ଏହି ଗ୍ୟାଙ୍ଗ ବ୍ରହ୍ମପୁର ବିଏନ ପୁର ଥାନା ଅଞ୍ଚଳରୁ ୩ ଟି ମେଡିସିନ ଷ୍ଟୋର ଓ ଚଳିତ ମାସ ୨ ତାରିଖରେ ଆମ୍ବପୁଆ ସ୍ଥିତ କଲ୍ୟାଣୀ ଡ୍ରଗ ହାଉସ ରୁ ଚୋରି କରିଥିବା ସ୍ବୀକାର କରିଥିବା ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ କହିଛନ୍ତି। ଅଧିକ ତଦନ୍ତ ପାଇଁ ଅଭିଯୁକ୍ତ ମାନଙ୍କୁ ବ୍ରହ୍ମପୁର ବିଏନ ପୁର ଥାନା କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories