www.samajalive.in
Saturday, December 6, 2025
17.1 C
Bhubaneswar

ରାସ୍ତାରେ ବୁଲୁଥିଲା ଅଜଗର, ପିଟି ପିଟି ମାରିଦେଲେ ଲୋକେ

ଗୋପାଳପୁର: ଜାତୀୟ ରାଜପଥ ନଂ ୧୬ ତଥା କନିଷି ସଳଦିଆପଦର ରାସ୍ତାରେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏକ‌୧୦ ଫୁଟିଆ ଲମ୍ବ ଅଜଗରକୁ ପିଟି ପିଟି ମାରି ଦେଇଥିବା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ କନିଷି ହଳଦିଆ ପଦର ରାସ୍ତାରେ ରହିଥିବା କନିଷି ବ୍ଲକ କାର୍ଯ୍ୟାଳୟର ଅନିତି ଦୂରରେ ଥିବା ଋକ ରସ ଫ୍ୟାକ୍ଟ୍ରି ସମ୍ମୁଖ ରାସ୍ତାରେ ସନ୍ଧ୍ୟା ପରେ ଉକ୍ତ ଅଜଗର ସାପଟି ଖାଦ୍ୟ ଖାଇବା ଅନ୍ବେଷଣରେ ବାହାରକୁ ଆସି ବୁଲାବୁଲି କରୁଥିଲା। ଗତ ୨ ଦିନ ତଳେ ସ୍ଥାନୀୟ ଅଞ୍ଚଳର ଜୈନିକ‌‌ ବ୍ୟକ୍ତି ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ଅଜଗର ହାବୁଡ଼ରେ ପଡି ଯାଇଥିଲେ। ଅଜଗରଟି ତାଙ୍କୁ ଆକ୍ରମଣ କରିବାକୁ ଗୋଡାଇ ଥିଲା। ଆଜି ସନ୍ଧ୍ୟାରେ କିଛି ଲୋକ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ପୁଣିଥରେ ଅଜଗରଟି ରାସ୍ତା ଉପରେ ଯାଉଥିବା ବେଳେ ଭୟଭୀତ ହୋଇ ପଥର ଓ ବାଡି ସାହାଯ୍ୟରେ ପିଟି ପିଟି ମାରି ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଘଟଣା ପରେ ମୃତ ଅଜଗରକୁ ଦେଖିବା ପାଇଁ ଉକ୍ତ ସ୍ଥାନରେ ପ୍ରବଳ ଜନଗହଳି ଲାଗିଥିଲା।
କୌଣସି ସ୍ଥାନରେ ସାପ ଦେଖାଗଲେ ଲୋକେ ସ୍ନେକ ହେଲପ ଲାଇନ କିମ୍ବା ବନ ବିଭାଗର ସହଯୋଗ ନେଇ ତାକୁ ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଦିଅନ୍ତି। ତେବେ ଆଜି ଅଜଗରକୁ ପିଟି ପିଟି ମାରିଦେବା ଘଟଣା ନେଇ ପଶୁପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories