ସୋମବାର ରାଶିଫଳ ୧୭.୧୦.୨୦୨୨

ମେଷ: ଈଶ୍ବରୀୟ ଚେତନାରେ ଉଦ୍‌ବୁଦ୍ଧ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଭାଷା ସରଳ ଓ ସାବଲୀଳ ହେବ। ପ୍ରେମୀ ଓ ସାହସୀ ହେବେ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ।
ବୃଷ: ଭାଗ୍ୟ ହାତରେ ଡୋରିକୁ ଧରାଇ ନିଶ୍ଚିନ୍ତ ହୋଇପାରନ୍ତି। ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ପତ୍ନୀ ସ୍ନେହୀ ହେବେ।
ମିଥୁନ: ବନ୍ଧୁ, ପରିବାର, ଆତ୍ମୀୟସ୍ବଜନଙ୍କ ସହିତ ସାରାଦିନ ଆନନ୍ଦ ଉତ୍ସବରେ ସମୟ ବିତ​‌ାଇବେ। ଶ୍ରୀଚନ୍ଦ୍ର ଭୋଜନ ହେତୁ ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମୋକଦ୍ଦମାରେ ଜିଣିବେ ଓ ଧନଲାଭର ସୂଚନା ମିଳୁଛି।
କର୍କଟ: ଏକାନ୍ତରେ ମୌନ ରହି ତପସାଧନାରେ ନିମଗ୍ନ, ଫଳଦାୟକ ହେବ। କର୍ମଚଞ୍ଚଳ ରହିବେ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ଧର୍ମାଧର୍ମ ବିଚାରରେ ସୁଖ୍ୟାତି ଅର୍ଜନ କରିବେ।
ସିଂହ: କର୍ମଚଞ୍ଚଳ ରହିବେ। ଯଶସ୍ବୀ ହେବେ। ବଂଶ ପରମ୍ପରାରେ ଅଜନ୍ମା ଜ୍ଞାନୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ଅନୁଦାନ ଓ ବେସରକାରୀ ଦାନ ଗ୍ରହୀତା ହୋଇପାରନ୍ତି।
କନ୍ୟା: ଜ୍ଞାନର ପ୍ରଦୀପ ଜଳାଇ ଅଜ୍ଞାନ ଅନ୍ଧକାରକୁ ଆଲୋକିତ କରିପାରନ୍ତି। ମନ ପ୍ରସନ୍ନ ରହିବ। ଦୟାଦ୍ରଚିତ ହେବେ। ବ୍ୟବସାୟ ଲାଭପ୍ରଦ ହେବ। ପାରିବାରିକ ସ୍ନେହରେ ଘରକୁ ବୈକୁଣ୍ଠ ସମାନ କରିବେ।
ତୁଳା: ସ୍ବକର୍ମ ବଳରେ ଭାଗ୍ୟାକାଶକୁ ଉଳମୟ କରିପାରନ୍ତି। ଭୋଗବିଳାସ କରିପାରନ୍ତି। ଜୀବନ ସୁଖସମୃଦ୍ଧିପୂର୍ଣ୍ଣ ହେବ। ପତ୍ନୀଙ୍କ ଅନୁରୋଧ ଓ ବିନୟ ଏଡ଼ିନପାରେ। ଦୂରଯାତ୍ରାକୁ ସ୍ଥଗିତ ରଖିବେ।
ବିଛା: ସାମାନ୍ୟ ଅସୁସ୍ଥତା ଅନୁଭବ କରିଥିଲେ ବି କର୍ତ୍ତବ୍ୟ ପରାୟଣକୁ ଅକ୍ଷୁର୍ଣ୍ଣ ରଖିବେ। ବ୍ୟାବସାୟିକ ପ୍ରଶାସନ ଉପରେ ଗୁରୁତ୍ବ ଦେବେ। ଅଧସ୍ଥନମାନଙ୍କର ପ୍ରିୟପାତ୍ର ହେବେ। ସାରାଦିନ ସତର୍କ ରହିବେ।
ଧନୁ: ବ୍ୟବହାରରେ ନମ୍ରତା ଓ ଶାଳିନତା ଆପଣଙ୍କୁ ମହାନ୍‌ କରିପାରେ। ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ମହତ୍ବ ଉପଲବ୍ଧ ହେବ। ସନ୍ମାର୍ଗୀ ହେବେ। ଆଦରଣୀୟ ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
ମକର: ମିତବ୍ୟୟୀ ହୋଇପାରନ୍ତି। ଭକ୍ତି, ରସ, ପ୍ରେମର ଅଧିକାରୀ ହୋଇପାରନ୍ତି। ସୁସ୍ଥ ରହିବେ। ଚତୁରତାର ସହ ଶତ୍ରୁ ଦମନ କରିବାରେ ପାରଙ୍ଗମ ହେବେ। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
କୁମ୍ଭ: ଲେଖା ପ୍ରାଣସ୍ପର୍ଶୀ ହେବ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ଆଶା କରୁନଥିବା ପ୍ରସଙ୍ଗ ଉତ୍‌ଥାପନ କରିବେ।
ମୀନ: କୃଷକ ଆନ୍ଦୋଳନର ପ୍ରବକ୍ତା ହୋଇପାରନ୍ତି। ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ଯାନବାହନ ସୁଖ ମିଳିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ଦାନଧର୍ମରେ ଦୀକ୍ଷିତ ହେବେ।

Comments are closed.