ମନରେଗାରେ ମିଳିଛି ବଜେଟ୍ ପ୍ରସ୍ତାବଠାରୁ ଅଧିକ ଅର୍ଥ
ନୂଆଦିଲ୍ଲୀ : ରାଜ୍ୟ ଗୁଡ଼ିକୁ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମିଳିଥିବା ଅର୍ଥ ପରିମାଣ ବଜେଟ୍ ପ୍ରସ୍ତାବଠାରୁ ଯଥେଷ୍ଟ ଅଧିକ ବୋଲି ସରକାର କହିଛନ୍ତି । ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଯୋଜନା ପାଇଁ ଯେତେବେଳେ ଅତିରିକ୍ତ ପାଣ୍ଠି ଦରକାର ପଡ଼ିଛି ସେତେବେଳେ ଅର୍ଥ ମନ୍ତ୍ରଣାଳୟକୁ ପାଣ୍ଠି ଯୋଗାଇବାକୁ ଅନୁରୋଧ କରାଯାଇଛି। ମନ୍ତ୍ରଣାଳୟ କହିଛି, ଯୋଜନାର ସଠିକ୍ କାର୍ଯ୍ୟକାରିତା ପାଇଁ ପାଣ୍ଠି ଯୋଗାଇବାକୁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ।
ଏହି ଆଇନ୍ର କାର୍ଯ୍ୟକାରିତା ଉପରେ ସଠିକ୍ ତଥ୍ୟ ଦିଆଯାଇ ନ ଥିବାରୁ ମନ୍ତ୍ରଣାଳୟ ଏକ ସ୍ପଷ୍ଟିକରଣ ଜାରି କରିଛି। କୋଭିଡ୍ ସମୟରେ ଲୋକମାନଙ୍କୁ ସହାୟତା କରିବା ପାଇଁ ମନରେଗାର ଭୂମିକାକୁ ସମସ୍ତ ରିପୋର୍ଟରେ ପ୍ରଶଂସା କରାଯାଇଥିବା ମନ୍ତ୍ରଣାଳୟ କହିଛି।ତେବେ କିଛି ରିପୋର୍ଟରେ ଯୋଜନା ସଂକ୍ରାନ୍ତ ସଠିକ୍ ତଥ୍ୟ ଦିଆଯାଇ ନ ଥିବାରୁ ଏହାର କାର୍ଯ୍ୟକାରିତାକୁ ନେଇ ତ୍ରୁଟିପୂର୍ଣ୍ଣ ରିପୋର୍ଟ ମିଳିଛି। ମନରେଗା ଅଧୀନରେ ଗରିବ ଲୋକମାନଙ୍କୁ ୧୦୦ ଦିନର କାମଧନ୍ଦ।ଯୋଗାଇ ଦିଆଯାଇଥାଏ।
Comments are closed.